ହିନ୍ଦୁ ସମ୍ମିଳନୀରେ ହିନ୍ଦୁ ଏକତା ରକ୍ଷା କରିବାକୁ ଆହ୍ବାନ
ଆରଡି, (ଆଲୋକ ଚନ୍ଦ୍ର ନାୟକ) : ଭଦ୍ରକ ଜିଲ୍ଲା ଚାନ୍ଦବାଲି ଖଣ୍ଡ ଅଧୀନସ୍ଥ ଆଖଣ୍ଡଳମଣି ମଣ୍ଡଳରେ ଓଳଗ ସ୍ଥିତ ମା’ଜୟେଶ୍ବରୀ ପ୍ରାଙ୍ଗଣରେ ଶନିବାର ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ କଳସ ଶୋଭାଯାତ୍ରା, ଗୋ ପୂଜନ, ବିଶ୍ବଶାନ୍ତି ଯଜ୍ଞ ଆଦି ଧାର୍ମିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପରେପରେ ମଣ୍ଡଳ ସଂଯୋଜକ ଦୀପକ ରଞ୍ଜନ ବିଶ୍ବାଳଙ୍କ ସଂଯୋଜନାରେ ଏକ ଧର୍ମସଭା ସଙ୍ଗଠିତ ହୋଇଥିଲା । ଆଖଣ୍ଡଳମଣି ମହାପ୍ରଭୁଙ୍କର ସେବାୟତ ବିଜୟ କୁମାର ଦାଶ ମୁଖ୍ୟ ଅତିଥି, ହିନ୍ଦୁ ସୁରକ୍ଷା ମହିଳା ସଙ୍ଗଠନ ଲୋପାମୁଦ୍ରା ନାୟକ ସମ୍ମାନିତ ଅତିଥି ହିନ୍ଦୁ ଜାଗରଣ ସାମ୍ମୁଖ୍ଯ ପ୍ରାନ୍ତ କାର୍ଯ୍ୟକାରିଣୀ ସଦସ୍ୟ ପ୍ରେମାନନ୍ଦ ବେହେରା ମୁଖ୍ୟବକ୍ତା ଭାବେ ଯୋଗ ଦେଇ ହିନ୍ଦୁ ସମ୍ମିଳନୀ ହିନ୍ଦୁ ଏକତାର ବାର୍ତ୍ତାବହ ଓ ଏହାକୁ ବଜାୟ ରଖିବାକୁ ଆହ୍ବାନ ଦେଇଥିଲେ । ଛାତ୍ରୀ ସାଇସ୍ମିତା ବେହୁରିଆ ଭାରତ ମାତାତ ବନ୍ଦନା ଗାନ କରିଥିଲେ । ହିନ୍ଦୁ ସୁରକ୍ଷା ସଙ୍ଗଠନର ବରିଷ୍ଠ ସଭ୍ୟ କିଶୋର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଆଖଣ୍ଡଳମଣି ମଣ୍ଡଳ ସହ ସଂଜଯୋକ ସୁଦେଶ ପଣ୍ଡା, ଚାନ୍ଦବାଲି ଖଣ୍ଡ ସହ ସଂଯୋଜକ ସନ୍ତୋଷ କୁମାର ପରିଡା, ଭଦ୍ରକ ଜିଲା ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ କାର୍ଯ୍ୟକାରୀ ସଦସ୍ୟ ରଶ୍ମୀ ରଞ୍ଜନ ରାଉତ ଏହି ହିନ୍ଦୁ ସମ୍ମିଳନୀରେ ଯୋଗଦେଇ ନିଜର ଦାୟିତ୍ବ ସମ୍ପାଦନ କରିଥିଲେ । ସ୍ଥାନୀୟ ଅଞ୍ଚଳର କୁନିକୁନି ଛାତ୍ରୀମାନେ ଆଧ୍ୟାତ୍ମିକ ନୃତ୍ୟ ପରିବେଷଣ କରିଥିଲେ । ଜୀବନାନନ୍ଦ ପାଢୀ ଯଜ୍ଞ କର୍ମରେ କର୍ତ୍ତା ଓ ତାଙ୍କ ଧର୍ମପତ୍ନୀ ରମାମଣି ପାଢୀ କର୍ତ୍ତୀ ରୂପେ ନିଷ୍ଠାର ସହ ଦାୟିତ୍ବ ସମ୍ପନ୍ନ କରିଥିଲେ । ପଣ୍ଡିତ ବସନ୍ତ କୁମାର ଶତପଥୀ, ବିଚିତ୍ରାନନ୍ଦ ପଣ୍ଡା, ଶଙ୍କର୍ଷଣ ଦାଶ ଓ ଅନୀଲ କୁମାର ପଣ୍ଡା ଦ୍ବାରା ଯଜ୍ଞ ତଥା ଧାର୍ମିକ କାର୍ଯ୍ୟ ସମ୍ପାଦିତ ହୋଇଥିଲା। ଏହି ଧର୍ମସଭାରେ ୮ ଶହରୁ ଅଧିକ ଭକ୍ତ ଯୋଗ ଦେଇଥିଲେ । ଓଳଗ, ସୁନ୍ଦରପୁର, ଆରଡି, ନାନ୍ଦପୁର ଆଦି ପଞ୍ଚାୟତର ଯୁବକ ମାନେ ଏହି ହିନ୍ଦୁ ସମ୍ମିଳନୀ ଆୟୋଜନରେ ସହଯୋଗ ଯୋଗାଇ ଦେଇଥିଲେ । ସମସ୍ତଙ୍କ ଲାଗି ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।


