ରାମକୃଷ୍ଣ କୁଟୀରରେ ହୋଲି ଉତ୍ସବ
କଟକ (ଓ୍ବାଇଏନଏସ): ରୋଟାରୀ କ୍ଳବ୍ ଅଫ କଟକ ରାଡିଆନ୍ସ ଆନୁକୁଲ୍ୟରେ ରାମକୃଷ୍ଣ କୁଟିରରେ କୁଟୀର ର ଅନ୍ତେବାସୀ ଓ ରୋଟାରୀ କ୍ଳବର ସଭ୍ୟା ମାନଙ୍କ ଦ୍ଵାରା ଆନନ୍ଦ ଓ ହର୍ଷ ଉଲ୍ଲାସ ମଧ୍ୟରେ ହୋଲି ଉତ୍ସବ ପାଳିତ ହୋଇ ଯାଇଛି।ଉକ୍ତ କାର୍ଯ୍ୟକ୍ରମରେ କ୍ଲବ ର ସଭାପତି ରୋଟାରିଆନ ବାଣୀ ନିର୍ମାଲ୍ୟ ଦାସ, ରୋଟାରିଆନ ବିଦ୍ୟୁତ୍ କୁମାରୀ ଲାଲା,ତତ୍ତ୍ୱାବଧାରକ ସୁଭାଷ ଚନ୍ଦ୍ର ସାହୁ,ସମ୍ପାଦକ ଗୋକୁଳାନନ୍ଦ ପଟ୍ଟନାୟକ,ସହ ସମ୍ପାଦକ ଭୁବନାନନ୍ଦ ମହାନ୍ତି ଓ ଅନ୍ତେବାସୀ ମାନେ ଯୋଗ ଦେଇ ପରସ୍ପରକୁ ଅବିର ରଙ୍ଗ ଦେଇ ହୋଲି ର ଶୁଭେଚ୍ଛା ଜଣାଇ ଥିଲେ।ଶେଷରେ ରୋଟାରୀ କ୍ଳବ୍ ଅଫ କଟକ ରାଡିଆଁନ୍ସ ତରଫରୁ ଅନ୍ତେବାସୀ ମାନଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରାଯାଇ ଥିଲା।


