ରଙ୍ଗର ପର୍ବ ହୋଲି : ସାବଧାନତା ଓ ସତର୍କତାର ସହ ହୋଲି ଖେଳିବାକୁ ପରାମର୍ଶ

ଆସିକା  (ୱାଇଏନ୍‍ଏସ୍‍): ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆସୁଛି ରଙ୍ଗର ପର୍ବ ହୋଲି । ସାଧାରଣ ଜନତା ଆସନ୍ତା ବୁଧବାର ଦିନ ହୋଲିର ରଙ୍ଗରେ ନିଜକୁ ରଙ୍ଗେଇ ବେଶ୍‍ ଆନନ୍ଦ ଉଲ୍ଲାସର ସହ ଏହି ଦିନକୁ ପାଳନ କରିବା ପାଇଁ ସଜବାଜ ହେଉଥିବା ଜଣାପଡିଛି । ରଙ୍ଗର ପର୍ବ ହୋଲିରେ ଅନେକ ସମୟରେ ବହୁ ଯୁବପିଢୀ ଏତେ ମାତ୍ରାରେ ମସଗୁଲ୍‍ ହୋଇଯାଇଥାନ୍ତି ଯେ ସେମାନେ ନିଜ ସ୍ୱାସ୍ଥ୍ୟର ସୁରକ୍ଷା ପ୍ରତି ସାମାନ୍ୟ ଚିନ୍ତା ବି କରିନଥାନ୍ତି । ହୋଲି ଖେଳିସାରିବା ପରେ ସେମାନେ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିଭିନ୍ନ ସମୟରେ ନାନା ସମସ୍ୟାର ସମ୍ମୁଖୀନ ବି ହେଉଥିବା ନଜିର୍‍ ରହିଛି । ରଙ୍ଗର ପର୍ବ ହୋଲିରେ କିପରି ସ୍ୱାସ୍ଥ୍ୟର ଯତ୍ନ ନେବେ ଓ ସାବଧାନତା ଏବଂ ସତର୍କତାର ସହ ହୋଲି ଖେଳିବେ ସେ ସଂକ୍ରାନ୍ତରେ ଆସିକା ଉପଖଣ୍ଡ ଚିକିତ୍ସାଳୟର ନେତ୍ର ବିଭାଗର ଚକ୍ଷୁ ଚିକିତ୍ସା ଅଧିକାରୀ ଦିପ୍ତୀମୟୀ ଦଳାଇ ସୂଚନା ଦେଇ କହିଛନ୍ତି ହୋଲି ଖେଳିବା ସମୟରେ କେମିକାଲ୍‍ ମିଶ୍ରିତ ରଙ୍ଗ ବ୍ୟବହାର କରିବା ଦ୍ୱାରା ଶରୀରର ଚର୍ମ ଓ ଆଖି ଏବଂ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେବାର ଯଥେଷ୍ଟ ସମ୍ଭାବନା ଥାଏ ତେଣୁ ଚର୍ମ ଓ କେଶର ସୁରକ୍ଷା ପାଇଁ ରସାୟନିକ ରଙ୍ଗ ପରିବର୍ତ୍ତେ ପ୍ରାକୃତିକ ରଙ୍ଗରେ ହୋଲି ଖେଳିବା ଏବଂ ରଙ୍ଗକୁ ଆଖିକୁ ଦୂରେଇ ରଖିବା ପାଇଁ ସନ୍‍ ଗ୍ଳାସ୍‍ (ଚଷମା) ବ୍ୟବହାର କରିବା, ଶ୍ୱାସଜନିତ ସମସ୍ୟା ଥିଲେ ହୋଲି ଖେଳରୁ ଯଥା ସମ୍ଭବ ଦୂରେଇ ରହିବା, ରସାୟନିକ ରଙ୍ଗ ବିଷାକ୍ତ ହୋଇଥିବା ଏବଂ ଏଥିରେ ଆଖି ଓ ଚର୍ମରୋଗ ହେବାର ଯଥେଷ୍ଟ ସମ୍ଭାବନା ଥାଏ ତେଣୁ ଶରୀର ପ୍ରତି ଯଥେଷ୍ଟ ହାନିକାରକ ରସାୟନିକ ରଙ୍ଗ ଠାରୁ ହୋଲି ଖେଳରେ ଦୂରେଇ ରହିବା, ହୋଲି ଖେଳିବା ସମୟରେ ଆଖିର ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେବା, ଆଖିକୁ ସିଧାସଳଖ ରଙ୍ଗ ପଡିବାରୁ ରକ୍ଷା ପାଇବା ପାଇଁ ସତର୍କତା ଅବଲମ୍ବନ କରିବା, ହୋଲି ଖେଳିବା ସମୟରେ ଯଦି ଭୂଲବଶତଃ ଆଖିରେ ରଙ୍ଗ ପଡିଯାଏ ତେବେ ଆଖିକୁ ରଗଡିବେ ନାହିଁ କାରଣ ଆଖିକୁ ରଗଡିଲେ ଆଘାତ ହେବାର ଯଥେଷ୍ଟ ସମ୍ଭାବନା ଥାଏ ତେଣୁ ଆଖିକୁ ଥଣ୍ଡା ଓ ପରିଷ୍କାର ପାଣିରେ ବାରମ୍ବାର ଧୋଇବା ସାଙ୍ଗକୁ ପାଣିରେ ଆଖିକୁ ବୁଡାଇ ରଖିବା ଯଥେଷ୍ଟ ଜରୁରୀ । ତା ସାଙ୍ଗକୁ ହୋଲି ଖେଳିବା ସମୟରେ ଯଦି ଆଖିରେ ରଙ୍ଗ ପଡି ଆଖି ପ୍ରବଳ ଜଳାପୋଡା କିମ୍ବା ଲାଲ୍‍ ପଡିବା ଓ କମ୍‍ ଦୃଶ୍ୟମାନ୍‍ ହେଲେ ତୁରନ୍ତ ଚକ୍ଷୁ ବିଶେଷଜ୍ଞଙ୍କ ପରାମର୍ଶ ନେବାକୁ ଆହ୍ୱାନ କରିଥିବା ଜଣାପଡିିଛି । ରଙ୍ଗର ପର୍ବ ହୋଲି ପାଇଁ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଧନୀଠୁ ଆରମ୍ଭ କରି ଗରିବଙ୍କ ପର୍ଯ୍ୟନ୍ତ ଧୁମ୍‍ଧାମ୍‍ରେ ପାଳନ କରିବା ପାଇଁ ସଜବାଜ ହେଉଥିଲା ବେଳେ ହୋଲି ଖେଳିବା ସମୟରେ ଆଖିର ଯତ୍ନ ଓ ସୁରକ୍ଷା ପ୍ରତି ସତର୍କତା ଅବଲମ୍ବନ କରିବାକୁ ଆସିକା ଉପଖଣ୍ଡ ଚିକିତ୍ସାଳୟର ନେତ୍ର ବିଭାଗର ଚକ୍ଷୁ ଚିକିତ୍ସାଧିକାରୀ ଦିପ୍ତୀମୟୀ ଦଳାଇ ପରାମର୍ଶ ଦେଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ