ମୁନିଗୁଡାରେ ପବିତ୍ର ଭୋଗୀ ପର୍ବ ପାଳିତ

ମୁନିଗୁଡା, (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲ୍ଲା ମୁନିଗୁଡାରେ ତେଲୁଗୁ ସମ୍ପ୍ରଦାୟର ଲୋକ ମାନଙ୍କ ଦ୍ୱାରା ପବିତ୍ର ଭୋଗୀ ପର୍ବ ପାଳିତ ହୋଇଯାଇଛି l ଏହି ଅବସରରେ ମୁନିଗୁଡାର ଭାଷବୀ କନିକା ପରମେଶ୍ୱରୀ ମନ୍ଦିର ପରିସର, ପାଇକସାହିସ୍ଥିତ ମହାଲକ୍ଷ୍ମୀ ପୂଜା ପଡ଼ିଆ ଓ ଭାଗବତ ଟୁଙ୍ଗି ଗଳି ସହ ବିଭିନ୍ନ ସାହି ଠାରେ ଭାଷବୀ କଳିଙ୍ଗ ବୈଶ୍ୟ ଓ ଯୁବକ ସଙ୍ଘର ସଦସ୍ୟ ମାନଙ୍କ ତରଫରୁ ଓ ତେଲୁଗୁ ସମ୍ପ୍ରଦାୟର ଲୋକ ମାନଙ୍କ ତରଫରୁ ପୃଥକ ପୃଥକ ଭାବେ ଭୋଗୀ ପର୍ବ ପାଳନ କରିବା ଅବସରରେ ସଂଘର ବରିଷ୍ଠ ଉପଦେଷ୍ଟା ଓ ସଦସ୍ୟ ମାନଙ୍କ ଉପସ୍ଥିତରେ କାଠରେ ନିଆ ସଂଯୋଗ କରି ପୁଜାର୍ଚ୍ଚନା କରିଥିଲେ l ପରେ ସମ୍ପ୍ରଦାୟର ଲୋକ ମାନଙ୍କ ଦ୍ୱାରା ପରମ୍ପରା ଅନୁଯାଇ ସେଥିରେ ଘରେ ତିଆରୀ କରାଯାଇଥିବା ଇଡିଲି ପିଠା ସହ ଅନ୍ୟାନ୍ୟ ପିଠା ତିଆରୀ କରି ପ୍ରସାଦ ଆକାରରେ ନିଆଁରେ ଅର୍ପଣ କରିଥିଲେ l ବିଶେଷ କରି ଘରର ଛୋଟ ଶିଶୁ ମାନେ ମାନସିକ ଅନୁଯାୟୀ ଚକ୍ର ଆକାରରେ ଗୋବରରେ ତିଆରୀ କରି ପରମ୍ପରା ଅନୁଯାଇ ନିଆଁରେ ଅର୍ପଣ କରିଥାନ୍ତି l ଏହା ଦ୍ୱାରା ଶିଶୁ ମାନଙ୍କର ମାନସିକ ଓ ଶାରୀରିକ ସୁସ୍ଥ ରହିବା ସହ କୌଣସି ଅସୁବିଧା ହୋଇନଥାଏ ଏବଂ ଗୃହ ଶାନ୍ତି ରହେ ଓ ବ୍ୟବସାୟରେ ମଧ୍ୟ ଉର୍ନତି ହେବ ବୋଲି ଏକ ବିଶ୍ୱାସ ରହିଆସିଛି l ଏହି ଭୋଗୀ ପୂଜା ଦିନରେ କାଠରେ ନିଆକୁ ସୂର୍ଯ୍ୟ ଉଦୟ ପୂର୍ବରୁ ସଂଯୋଗ କରା ଯାଇଥାଏ ଓ ଏହି ପବିତ୍ର ଭୋଗୀ ପୂଜା ମକର ସଂକ୍ରାନ୍ତିର ଗୋଟିଏ ଦିନ ପୂର୍ବରୁ ପାଳନ କରାଯାଇଥାଏ l ଉକ୍ତ ଭୋଗୀ ପୂଜା ବେଳେ ଭାଷବୀ କଳିଙ୍ଗ ବୈଶ୍ୟ ଓ ଯୁବକ ସଂଘର କେ.ସତ୍ୟନାରାୟଣ ରାଓ,ଜି.ସୂର୍ଯ୍ୟ ନାରାୟଣ, କେ.ଶ୍ରୀନିବାସ,ପି.ରାମବାବୁ,ଟି.ଅଶୋକ କୁମାର,ନାରାୟଣ ରାଓ,ଜାମି ମହେଶ, ପି.ସନ୍ତୋଷ କୁମାର, ଜାମି.ପବନ, ଭି.ସତ୍ୟ ନାରାୟଣ,ଏମ.ଶ୍ରୀନୁ,ଭେଙ୍କେଟ ରାବଣା,ଟି.ସୋମେଶ୍ୱର ରାଓ, ନରେଶ,ଚାଣ୍ଟି,ଜି.ଶିବା, ଜି.ରାବଣା ପ୍ରମୁଖଙ୍କ ସମେତ ବୈସ୍ୟ ଯୁବକ ସଙ୍ଘର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ