ମୁନିଗୁଡାରେ ପବିତ୍ର ଉଗାଦି ପର୍ବ ପାଳିତ
ମୁନିଗୁଡା,(ନନ୍ଦ କିଶୋର ପଟ୍ଟନାୟକ):ମୁନିଗୁଡାର ମୁନିଖୋଲସ୍ଥିତ ବାସବୀ କନିକା ପରମେଶ୍ୱରୀ ମନ୍ଦିର ପରିସରରେ ବାସବୀ କଲିଙ୍ଗ ବୈଶ୍ୟ ସଙ୍ଘ ତରଫରୁ ପବିତ୍ର ଉଗାଦି ପର୍ବ ମହାଡମ୍ବରର ସହ ପାଳିତ ହୋଇଯାଇଛି l କଳିଙ୍ଗ ବୈଶ୍ୟ ସଙ୍ଘ ଓ ଯୁବକ ସଙ୍ଘର ମିଳିତରେ ଅନୁଷ୍ଠିତ ପର୍ବରେ ପ୍ରଥମେ ପୁରୋହିତ ଜଗବନ୍ଧୁ ପଣ୍ଡା ଓ ଅଶୋକ ରଥଙ୍କ ପୌରାହିତ୍ୟରେ ରୀତିନୀତି ଅନୁଯାୟୀ ମାଆଙ୍କ ନିକଟରେ ପୁଜାର୍ଚ୍ଚନା କରିବା ପରେ ନୁତତ ପଞ୍ଜିକା ପୂଜାର୍ଚ୍ଚନା କରାଯାଇଥିଲା। ପରେ ସଙ୍ଘର ବରିଷ୍ଠ ଉପଦେଷ୍ଟା ଏନ.ନାରାୟଣ ରାଓ, ସମ୍ପାଦକ ଭି.ସତ୍ୟନାରାୟଣ,ଯୁବକ ସଂଘ ସଭାପତି ଟି.ଅଶୋକ,ଲାଡି.ସିମାଞ୍ଚଳ,ପୂର୍ବତନ ସମ୍ପାଦକ ପି.ରାମବାବୁ,ଏମ.ଶ୍ରୀନିବାସ, ଲାଡି ଶଙ୍କର ରାଓ,ବି.ଶ୍ରୀନୁ, ୱାଇ. ବୈକୁଣ୍ଠ ରାଓ ପ୍ରମୁଖଙ୍କ ସମେତ ଅନ୍ୟ ସଦସ୍ୟଙ୍କ ଉପସ୍ଥିତରେ ନୂତନ ପଞ୍ଜିକା ପଠନ କରିବା ସହ ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ l ପରେ ସଙ୍ଘର ସଭାପତି ଜି.ସୂର୍ଯ୍ୟନାରାୟଣ ରାଓ ବିଶେଷ କାରଣରୁ ରାଜ୍ୟ ବାହାରେ ଥିବାରୁ ତାଙ୍କର ଶୁଭେଚ୍ଛା ବାର୍ତ୍ତା ସମ୍ପାଦକ ପଠନ କରିଥିଲେ। ସଙ୍ଘର ସମ୍ପାଦକ ଭି.ସତ୍ୟନାରାୟଣ ଓ ଯୁବକ ସଙ୍ଘର ସଭାପତି ଟି.ଅଶୋକ କୁମାରଙ୍କ ମିଳିତ ସଂଯୋଜନାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ଉକ୍ତ ସଭାରେ ଏହି ପର୍ବ ପାଳନର ମୁଖ୍ୟ ଉଦେଶ୍ୟ ସମ୍ପର୍କରେ ବୁଝାଇବା ସହ ସଙ୍ଘ କିପରୀ ଆଗାମୀ ଦିନରେ ଏକତ୍ରିତ ହୋଇ ସମସ୍ତ ପର୍ବ ଗୁଡିକୁ ରୀତିନୀତି ଅନୁଯାୟୀ ସମ୍ପାଦନା କରିବ ଏବଂ ସାମାଜିକ କ୍ଷେତ୍ରରେ ମଧ୍ୟ କାର୍ଯ୍ୟ କରିବ ସେନେଇ ଆଲୋଚନା କରାଯାଇଥିଲା l ଶେଷରେ ସଙ୍ଘ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ମନୋରଞ୍ଜନ ନିମନ୍ତେ ଏକ ମେଲୋଡିର ଆୟୋଜନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମକୁ କଳିଙ୍ଗ ବୈଶ୍ୟ ସଙ୍ଘ ଓ ଯୁବକ ସଙ୍ଘର ସଦସ୍ୟ ମାନେ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ l


