ହାଟଡିହି କଲେଜର ଅଧ୍ୟକ୍ଷଙ୍କୁ ଭବ୍ୟ ଅବସର ସମ୍ବର୍ଦ୍ଧନା
ହାଟଡିହି (ଓ୍ବାଇଏନଏସ): ହାଟଡିହି ଆଞ୍ଚଳିକ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଚିତ୍ତ ରଞ୍ଜନ ରାଉତ ଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଅଧ୍ୟକ୍ଷ ଶ୍ରୀଯୁକ୍ତ ରାଉତ ୩୬ ବର୍ଷକାଳ ଏହି ମହା ବିଦ୍ୟାଳୟରେ ଅଧ୍ୟାପନା କରି ଆସୁଥିବା ବେଳେ ୨୦୨୧ରୁ ଅଧ୍ୟକ୍ଷ ଭାବେ କାର୍ଯ୍ୟକାରୀ ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଆଜି ତାଙ୍କ ଚାକିରି ଜୀବନର ଶେଷ ଦିନରେ ଶତାଧିକ ଛାତ୍ରଛାତ୍ରୀ ଓ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ତାଙ୍କ ଏଲକଣା ସ୍ଥିତ ବାସଭବନ କୁ ଯାଇ ଢୋଲ ବଜାଇ, ବାଣ ଫୁଟାଇ ଏକ ବିରାଟ ପଟୁଆରରେ କଲେଜ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ। କଲେଜ ପରିସରରେ ଅନୁଷ୍ଠିତ ବିଦାୟ ସମ୍ବର୍ଦ୍ଧନା ସଭାରେ ପ୍ରାଧ୍ୟାପିକା ଦେବାହୁତୀ ପଟ୍ଟନାୟକ, ଅଧ୍ୟାପକ ରବୀନାରାୟଣ ବିଶ୍ୱାଳ, ଗୌରାଙ୍ଗ ଚରଣ ନାୟକ, ବୃନ୍ଦାବନ ଓଝା, ରବୀନ୍ଦ୍ରନାଥ ଜେନା, ବୀରଭଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇ ଚିତ୍ତ ରଞ୍ଜନ ରାଉତ ଜଣେ କର୍ତ୍ତବ୍ୟନିଷ୍ଠ, ସମୟାନୁବର୍ତ୍ତୀତା, ଛାତ୍ର ବତ୍ସଳ, ଅଧ୍ୟକ୍ଷ ଭାବେ ନିଜର ଦାୟିତ୍ୱ ନିର୍ବାହ କରିଥିବା କହିଥିଲେ। ତାଙ୍କ ସମୟରେ କଲେଜର ବିଭିନ୍ନ ଉନ୍ନୟନ ମୂଳଜକାର୍ଯ୍ୟ ସମ୍ପାଦିତ ହେବା ସହ ଯୁକ୍ତ ତିନି ବିଜ୍ଞାନ ଖୋଳାଯାଇ ପାରିଛି ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନେ ମଧ୍ୟ ଭାବପୂର୍ଣ୍ଣ ବକ୍ତବ୍ୟ ରଖିଥିଲେ। ଶେଷରେ ମହାବିଦ୍ୟାଳୟ ପକ୍ଷରୁ ତାଙ୍କୁ ଉପଢୌକନ ପୁଷ୍ପଗୁଛ ଓ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ଅଧ୍ୟାପକ ଅଜୟ ଦାଶ, ଜନ୍ମଞ୍ଜୟ ପ୍ରଧାନ, ପ୍ରଣୟ କୁମାର ନାୟକ, ପ୍ରିୟଙ୍କା ମହାନ୍ତି, ଚୁମକିରାଣୀ ନାୟକ, ଚକ୍ରଧର ଦାସ, ସ୍ୱାଗତିକା ନାୟକ, ଜଳଧର ଦାଶ, ଅଜୟ ଦାଶ, ଗଙ୍ଗାଧର ପରିଡା, ଜ୍ୟୋତିର୍ମୟୀ ମଲ୍ଲିକ, ନୀଲମ ସୱନ୍ୟ, ଦ୍ୱାରିକା ପ୍ରସାଦ ଦାସ, ମେନାକାରଣୀ ଧୁରୁଆ, ସନାତନ ଖୁଣ୍ଟିଆ, ରଞ୍ଜନ ଜେନା, ଲିପ୍ସା ପ୍ରିୟଦର୍ଶିନୀ ବେହେରା, ମିନତି ବେହୁରିଆ, ପୂର୍ଣ୍ଣ ଚନ୍ଦ୍ର ବେହେରା, ମହେଶ୍ୱତା ଶର୍ମା, ଅଞ୍ଜନ ମହାନ୍ତି, ସରିତା ପଣ୍ଡା, ଅନନ୍ତ ଚନ୍ଦ୍ର ବେହେରା, ରବିନାରାୟଣ ମିଶ୍ର, ଜିତେନ୍ଦ୍ର ବିଶ୍ୱାଳ, ଅବିନାଶ ରାଉତ, ସୌଭାଗ୍ୟ ରଞ୍ଜନ ଜେନା, ରଘୁନାଥ ରାଉତ, ଘନଶ୍ୟାମ ମୁଖୀ, ଶିବପ୍ରିୟା ଧଳ, ବିଭୂତି ଭୂଷଣ ପହି, ରଣଜିତ ବାରିକ, ପୂର୍ଣଚନ୍ଦ୍ର ଜେନା, ପ୍ରଶାନ୍ତ ମୁଖି, ସତ୍ୟାନନ୍ଦ ନାୟକ, ଭାଗ୍ୟଲକ୍ଷ୍ମି ନାୟକ ପ୍ରମୁଖ ଯୋଗଦେଇ ତାଙ୍କର କର୍ମ ମୟ ଜୀବନୀ ଉପରେ ଆଲୋକପାତ କରିବା ସହିତ ତାଙ୍କର ଅବସର ଜୀବନ ଶୁଖମୟ ହେଉ ବୋଲି ପ୍ରାର୍ଥନା କରିଥିଲେ। ଏଥିରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଯୋଗଦେଇଥିଲେ।


