ଆଦର୍ଶ ଶିକ୍ଷକ ଅଶୋକ ଖିଲାର ସମ୍ବର୍ଦ୍ଧିତ

ବନ୍ତ,(ଚାନ୍ଦିନୀ ମହାନ୍ତି): ବନ୍ତ ବ୍ଲକ ଆଗରପଡାସ୍ଥିତ କୃଷ୍ଣ ଚରଣ ବିଦ୍ୟାମନ୍ଦିରର ଆଦର୍ଶ ଶିକ୍ଷକ ଅଶୋକ କୁମାର ଖିଲାରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ପୁରୀର ଅର୍ଣ୍ଣପୂଣ୍ଣା ରଙ୍ଗ ମଞ୍ଚ ପ୍ରେକ୍ଷାଳୟରେ ଶ୍ରୀଧାମ କଲଚରାଲ୍ ଏକାଡେମି ପକ୍ଷରୁ ଲିଟଲ୍ ମାଷ୍ଟର ପ୍ରତିଯୋଗିତା ଓ ପୁରଷ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ବାପୁ ଓଝାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କବୟିତ୍ରୀ ବନ୍ଦନା ହରିଚନ୍ଦନ, କଣ୍ଠଶିଳ୍ପୀ ମାନସ ଦାଶ, ସମାଜସେବିକା ରୀତାରାଣୀ ବେହେରା, ସନାତନ ରାଉଳ, ଉଲ୍ଲାସ ବାରିକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କୁନି କୁନି ପିଲାମାନଙ୍କର ପ୍ରତିଭାକୁ ବିକଶିତ କରି ପୁରସ୍କାର ମାଧ୍ୟମରେ ସେମାନଙ୍କୁ ଉତ୍ସାହିତ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରାଯାଇଥିଲା । ଏହି ଅବସରରେ ଆଦର୍ଶ ଶିକ୍ଷକ ଶ୍ରୀ ଖିଲାରଙ୍କୁ ସମ୍ବର୍ଦ୍ଧନା ପତ୍ର, ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ