ହୋପ-ଏଜେର ମାସିକ ଆଲୋଚନା ଚକ୍ର
କଟକ, (ଓ୍ବାଇଏନଏସ): ବରିଷ୍ଠ ନାଗରିକମାନଙ୍କ ଉଦେଶ୍ୟରେ ସମର୍ପିତ ସର୍ବପୁରାତନ ଅନୁଷ୍ଠାନ ହୋପ-ଏଜେ ପକ୍ଷରୁ ମାସିକ ଆଲୋଚନା ଚକ୍ର ସ୍ଥାନୀୟ ସିଡିଏ ସେକ୍ଟର ୭ସ୍ଥିତ ଆଶ୍ରୟ ଦି ସେଲଟର ର ସଭା ଗୃହ ରେ ଅନୁଷ୍ଠିତ ହୋଇଯାଇଛି l ଟ୍ରଷ୍ଟ ର ସଭାପତି କିଶୋର ଶତପଥି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଆଲୋଚନା ଚକ୍ର ର ଆଲୋଚ୍ୟ ବିଷୟ ହୋମେଓପାଥିକ ଚିକିତ୍ସା ବରିଷ୍ଠ ନାଗରିକ ମାନଙ୍କ ପାଇଁ କେତେ ଆବଶ୍ୟକ ଓ ଏହାର ଉପକାରିତା ସମ୍ପର୍କ ରେ ଡାକ୍ତର ଭାବଗ୍ରାହୀ ପତ୍ରୀ ସ୍ୱତନ୍ତ୍ର ଅତିଥି ରୂପେ ଯୋଗଦେଇ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇଥିଲେ l ସାଧାରଣ ସମ୍ପାଦକ ରଂଜିତ ସାହୁ ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ଭାଷଣ ଦେଇଥିଲେ l ଏହି ଆଲୋଚନା ଚକ୍ର ରେ ଟ୍ରଷ୍ଟ ର ପୃଷ୍ଠପୋଷକ ଉତ୍କଳ ଭୂଷଣ ରାଉତରାୟ, ପ୍ରମିଳା ଦାସବର୍ମା, ଶଶୀଭୁଷଣ ପ୍ରଧାନ, ବିତ୍ତ ସଚିବ କେଦାର ନାଥ ଜାଲି, ହିମାଂଶୁବାଳା ପଟ୍ଟନାୟକ, ବାବୁଲିଧର ନାୟକ, ଆଡ଼ଭୋକେଟ ସି. କସ୍ତୁରୀ, ଇଂ କେ. କେ. ଦାସବର୍ମା, ଚିତ୍ତ ରଞ୍ଜନ ମହାନ୍ତି, ସରୋଜ କୁମାର ରାୟ, ଲଷ୍ମୀଧର ମହାନ୍ତି ପ୍ରମୁଖ ଯୋଗ ଦେଇ ବିଶ୍ଵ ରେ ହୋମେଓପାଥିକ ର ଜନ୍ମଦାତା ଡାକ୍ତର ସାମୁଏଲ ହନିମ୍ୟାନ ଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ବରିଷ୍ଠ ମାନଙ୍କ ଉଦେଶ୍ୟରେ ହୋମେଓପାଥିକ ଚିକିତ୍ସା ର ଉପକାରିତା ସମ୍ପର୍କ ରେ ଆଲୋଚନା କରିଥିଲେ l ବରିଷ୍ଠ ସଦସ୍ୟ ବଂଶୀଧର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ l