ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଦୁଇବର୍ଷ ହେଲା ନିର୍ମାଣ ସାରିଲାଣି ହଷ୍ଟେଲ: କାର୍ଯ୍ୟକ୍ଷମ ହେବ କେବେ ?

ହାଟଡିହି (ଓ୍ବାଇଏନଏସ): ରାଜ୍ଯ ସରକାର ଛାତ୍ର ଛାତ୍ରୀ ମାନଙ୍କୁ ଉନ୍ନତ ମାନର ଶିକ୍ଷାଦାନ ପାଇଁ ସ୍ଥାପନ କରିଥିଲେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ। ପ୍ରତି ବ୍ଲକ ରେ ଗୋଟିଏ ଗୋଟିଏ ବିଦ୍ୟାଳୟ ସ୍ଥାପନ କରାଯାଇ ଶହ ଶହ ମେଧାବୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ଯୋଗାଉଛନ୍ତି। କିନ୍ତୁ ଦୁଃଖର ବିଷୟ ଯେ ଆଜି ପର୍ଯ୍ୟନ୍ତ ଏହି ଆଦର୍ଶ ବିଦ୍ୟାଳୟରେ ହଷ୍ଟେଲ ଖୋଲା ଯାଉ ନଥିବା ରୁ ଦୂର ଦୁରାନ୍ତର ଛାତ୍ର ଛାତ୍ରୀ ମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି।

ହାଟଡିହି ବ୍ଲକ ସୁନ୍ଦରାପାଳ ଠାରେ ସ୍ଥାପନ କରାଯାଇଛି ଏହି ଓଡ଼ିଶା ଆଦର୍ଶ ବିଦ୍ୟାଳୟ। ଏବେ ୪୫୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। କିଏ ୨୦ କିଲୋମିଟର ଦୂର ପଢ଼ିଆରିପଲ୍ଲି ପଞ୍ଚାୟତରୁ ତ ଆଉ କିଏ ୩୦କିଲୋମିଟର ଦୁର ଆଇତିପୁର ପଞ୍ଚାୟତରୁ ଆଉ କିଏ ୨୦ କିଲୋମିଟର ଦୂର ସମଣାରୁ  ଆସି ଶିକ୍ଷାଲାଭ କରୁଛନ୍ତି। ଦୂର ଦୁରାନ୍ତରୁ ଛାତ୍ର ଛାତ୍ରୀ ମାନଙ୍କୁ ଛାଡ଼ିବାକୁ ଅଭିଭାବକ ମାନେ ନାନା ସମସ୍ୟା ଭୋଗୁଛନ୍ତି। ଧନିକ ଶ୍ରେଣୀର ଲୋକମାନେ ଗାଡ଼ି କରି ସେମାନଙ୍କ ଛୁଆ ମାନଙ୍କୁ ସ୍କୁଲ ପଠାଉ ଥିବା ବେଳେ ଗରିବ ଶ୍ରେଣୀର ଲୋକମାନେ କିଏ ସାଇକେଲ ରେ ତ ଆଉ କିଏ ବାଇକ୍ ରେ ଆଣି ଛାଡୁଛନ୍ତି। ପିଲା ମାନଙ୍କୁ ନେବା ଆଣିବା ପାଇଁ କେବଳ ଗୋଟିଏ ଦିନ ଯାଉଥିବା ବେଳେ ଛାତ୍ର ଛାତ୍ରୀ ଙ୍କ ଅଧିକ ସମୟ ନଷ୍ଟ ହେଉଥିବା କିଛି ଅଭିଭାବକ ମାନେ ଅଭିଯୋଗ କରିଛନ୍ତି। ଏହି ଛାତ୍ର ଛାତ୍ରୀଙ୍କ ପାଇଁ ସରକାର ଓମବାଡସି ଅନୁଦାନରେ ୯କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ନିର୍ମାଣ କରାଇଲେ ଦୁଇ ଦୁଇଟି ଛାତ୍ରାବାସ। ଗୋଟିଏ ବାଳକ ଓ ଅନ୍ୟଟି ବାଳିକାଙ୍କ ପାଇଁ। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଯେ ଗତ ୨୦୨୩ ଜାନୁୟାରୀରୁ ଘରକାମ ସମ୍ପୂର୍ଣ୍ଣ କରାଯାଇ ଠିକାଦାର ଘର ହସ୍ତାନ୍ତର କରିଥିଲେ ବି ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକ୍ଷମ ହୋଇ ପାରୁନି। ଯାହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଛାତ୍ରଛାତ୍ରୀଙ୍କ ପାଇଁ ଖଟ, ରୋଷେଇ ବ୍ୟବସ୍ଥା, ୱାଡେନ୍ ନିଯୁକ୍ତି ଆଦି ହେବାକୁ ବାକି ଥିବା ବେଳେ ସରକାର ଏହି ବ୍ୟବସ୍ଥା କରିବାରେ କାହିକି ଯେ ବିଳମ୍ବ କରୁଛନ୍ତି ତାହା ଜଣା ପଡ଼ୁନାହିଁ। ସରକାର ତୁରନ୍ତ ହଷ୍ଟେଲ କାର୍ଯ୍ୟକ୍ଷମ କରିବାକୁ ଅଭିଭାବକ ମହଲରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ