ଅଗ୍ନିକାଣ୍ଡରେ ଘରପୋଡି ପାଉଁଶ
ନାଉଗାଁ(ଓ୍ବାଇଏନଏସ) :- ଜଗତସିଂହପୁର ଜିଲ୍ଲା ନାଉଗାଁ ତହସିଲ ଅନ୍ତର୍ଗତ ମଧୁପୁର ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଭଗବାନ ମୁଦୁଲିଙ୍କ ଦୁଇ ବଖରା ବାସଗୃହ ପୋଡି ସମ୍ପୂର୍ଣ ପାଉଁଶ ହୋଇଯାଇଛି । ସୂଚନା ମୁତାବକ ଭଗବାନ ଖାଇ ପିଇ ଘରେ ହୋଇଥିଲା। କୌଣସି କାରଣ ବସତଃ ତାଙ୍କ ଘରେ ନିଆଁ ଲାଗିଯାଇଥିଲା। ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ହେଲେ ବିଫଳ ହୋଇଥିଲେ। ଭଗବାନ ନାଉଗାଁ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ l ଘଟଣାସ୍ଥଳରେ ନାଉଗାଁ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସବୁ ପୋଡି ପାଉଁଶ ହୋଇଯାଇଛି l ଏହି ଅଗ୍ନିକାଣ୍ଡରେ ଘରେ ଥିବା ସମସ୍ତ ମୂଲ୍ୟବାନ ଆସବାବପତ୍ର ଓ ଖାଦ୍ୟ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି। ନୂଆପାରୀ ରାଜସ୍ବ ନୀରିକ୍ଷକ ସୂଚନା ପାଇଁ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତି ଆକଳନ କରିଥିବା ଜଣାଯାଇଛି। ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଭଗବାନ ନାଉଗାଁ ତହସିଲଦାରଙ୍କୁ ଅନୁରୋଧ କରିଛନ୍ତି।


