ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଏଚ୍‍ପିଭି ଟିକାକରଣର ଶୁଭାରମ୍ଭ

ଆସିକା (ୱାଇଏନ୍‍ଏସ୍‍) :କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ, ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ପରାମର୍ଶକ୍ରମେ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଗୁରବାର ହ୍ୟୁମାନ୍‍ ପାପିଲୋମା ଭାଇରସ୍‍ (ଏଚ୍‍ପିଭି) ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିବା ଜଣାପଡିଛି । ଆସିକା ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ବାଲ୍‍ଗୋପାଳ ବେହେରା ଏହି ଟିକାକାରଣ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‍ଘାଟନ କରିବା ସାଙ୍ଗକୁ ଏଚ୍‍ପିଭି ସଂକ୍ରମଣ ନିରାକରଣ ଟିକାକରଣ ଅଭିଯାନ ମହିଳା ଓ କିଶୋରୀ ମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ଯୁଗାନ୍ତକାରୀ ପ୍ରୟାସ ବୋଲି ପ୍ରକାଶ କରିଥିଲେ । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହ୍ୟୁମାନ୍‍ ପାପିଲୋମା ଭାଇରସ୍‍ (ଏଚ୍‍ପିଭି) ଟିକାକରଣ ଦ୍ୱାରା ମହିଳାମାନଙ୍କର ଜରାୟୁଗ୍ରିବା ମାରାତ୍ମକ କର୍କଟ ରୋଗକୁ ପ୍ରତିରୋଧ କରିବାରେ ସହାୟକ ହୋଇପାରିବ । ଜରାୟୁ କର୍କଟ (ସର୍ଭିିକାଲ୍‍ କ୍ୟାନ୍ସର) ରେ ପ୍ରତିବର୍ଷ ବିଭିନ୍ନ ସମୟରେ ବହୁ ସଂଖ୍ୟାରେ ବହୁ ମହିଳା ପ୍ରାଣ ହରାଉଛନ୍ତି । ବଜାରରେ ଉପଲବ୍ଧ ଟିକାଦର ଅଧିକା ଥିବାରୁ ଏହାକୁ ସମସ୍ତେ ପ୍ରାୟ ଆବଶ୍ୟକତା ସମୟରେ କ୍ରୟ କରିପାରୁ ନଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହାକୁ ଜାତୀୟ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ୍‍ କରିବା ପରେ ମାଗଣାରେ ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି । ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଆସନ୍ତା ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ଏହି ଟିକାକରଣ ଅଭିଯାନ ଚାଲୁ ରହିବ ବୋଲି ଜଣାପଡିଛି । ଏହି ଟିକା ମହିଳାଙ୍କୁ ଜରାୟୁ କର୍କଟରୁ ରକ୍ଷା କରିବ । ପ୍ରଥମ ପର୍ଯ୍ୟାୟରେ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ଏହି ଏଚ୍‍ପିଭି ଟିକା ୩ ଶହ ଡୋଜ୍‍ ଆସିଥିବା ବେଳେ ୧୪ ବର୍ଷରୁ ଉର୍ଦ୍ଧ୍ୱ ୧୫ ବର୍ଷରୁ କମ୍‍ ବୟସର କିଶୋରୀଙ୍କୁ ଏହି ଟିକା ଦିଆଯାଉଥିବା ଜଣାପଡିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ ସାଙ୍ଗକୁ ଆସିକା ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ବାଲ୍‍ଗୋପାଳ ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଗୁରବାର ଠାରୁ ଆରମ୍ଭ ହୋଇଥିବା ଏହି ଏଚ୍‍ପିଭି ଟିକାକରଣର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଡାକ୍ତର ଗୋପାଳଚନ୍ଦ୍ର ପାତ୍ର, ଡାକ୍ତର ସତୀଶ୍‍ ପାତ୍ର, ଡାକ୍ତର ଆଦିତ୍ୟ ଦାଶ, ଡାକ୍ତର ସତ୍ୟପ୍ରଜ୍ଞା ପଟ୍ଟନାୟକ, ଡାକ୍ତର ପ୍ରଭାସିନୀ ସାହୁ, ଡାକ୍ତର ସୁପ୍ରକାଶ ଦାଶ, ଚିକିତ୍ସାଳୟ ପରିଚାଳକ ବିଶ୍ୱଜିତ୍‍ ପ୍ରଧାନ, ଆସିକା ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଦୀପକ କୁମାର ରାଉତ, ଦୀପକ କୁମାର ସାହୁ, ପରିମଳ ପରିଦର୍ଶକ ଅମିତ୍‍ କୁମାର ଦାଶ, ମହିଳା ସ୍ୱାସ୍ଥ୍ୟକର୍ମୀ ବି.ସରସ୍ୱତୀ ରାଉ, ଆସିକା ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ କର୍ମଚାରୀ ହୃଷିକେଶ ଦାଶ, ସତ୍ୟ ପ୍ରଧାନ, ଆଶାକର୍ମୀ ସୁଜାତା କୁମାରୀ ଜେନା, ତପସ୍ୱିନୀ ପଣ୍ଡା, ସୋନମ୍‍ ପାଣିଗ୍ରାହୀ, ସନ୍ତୋଷିନୀ କୁମାରୀ, ପୁଷ୍ପାଞ୍ଜଳୀ ପ୍ରଧାନ, ନିବାସିନି ଗୌଡ, ପ୍ରତିମା କୁମାରୀ ଦାଶ, କେ.ଅଞ୍ଜଳୀ ରାଓ, ସବିତା କୁମାରୀ ସେଠୀ, ରୁନୁ କୁମାରୀ ସ୍ୱାଇଁ, ସସ୍ମିତା କୁମାରୀ ଦାଶ, ରୀତା କୁମାରୀ ପରିଡାଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ଥିବା ବେଳେ ଯୋଗ୍ୟା ବିବେଚାତ କିଶୋରୀମାନେ ପ୍ରବଳ ଆଗ୍ରହର ସହକାରେ ଏହି ଏଚ୍‍ପିଭି ଟିକା ନେଉଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ