ବଞ୍ଚୋ ବୈତରଣୀ ଘାଟରୁ ବେଆଇନ ବାଲି ଚୋରା ଚାଲାଣ
ହାଟଡିହି (ବିକାଶ ବିଶ୍ବାଳ) : ହାଟଡ଼ିହି ବ୍ଲକରେ ବାଲିର ଅଭାବ ଦେଖା ଦେଇଥିବାରୁ ଏହି ସୁଯୋଗ ନେଇ କିଛି ବ୍ୟକ୍ତି ବୈତରଣୀ ନଦୀର ବଞ୍ଚୋ ଘାଟରୁ ବେଆଇନ ଭାବେ ବାଲି ଚୋରା ଚାଲାଣ କରୁଛନ୍ତି। ଖବରରୁ ଜଣାଯାଇଛି ଦୈନିକ ଶହେରୁ ଊର୍ଦ୍ଧ୍ବ ଟ୍ରାକ୍ଟର ଯୋଗେ ବାଲି ଚୋରା ଚାଲାଣ ହେଉଥିଲେ ମଧ୍ୟ ପ୍ରଶାସନର କିପରି ଦୃଷ୍ଟି ପଡୁନାହିଁ ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତାଛଡା ବୈତରଣୀ ବନ୍ଧକୁ କାଟି ରାସ୍ତା ନିର୍ମାଣ କରି ସେହି ନଦୀ ବନ୍ଧ ଦେଇ ବେଆଇନ ବାଲି ଚାଲାଣ କରାଯାଉଛି। ପୁର୍ବରୁ ଅନେକ ଥର ପ୍ରଶାସନ ପକ୍ଷରୁ ବାଲି ଚୋରା ଚାଲାଣ ରୋକିବା ପାଇଁ ପଦକ୍ଷେପ ନେଇଥିବା ବେଳେ ଦିନ କେଇଟା ପରେ ପୁଣି ମାଫିଆ ମାନେ ସକ୍ରିୟ ହୋଇ ବାଲି ଉତ୍ତୋଳନ କରୁଛନ୍ତି। ଯାହାଦ୍ଵାରା ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ର ରାଜସ୍ଵ ହାନି ଘଟୁଛି। ପ୍ରଶାସନ ତୁରନ୍ତ ଏଦିଗରେ ଦୃଷ୍ଟି ଦେଇ ବାଲି ଚୋରା ଚାଲାଣ କୁ ରୋକିବା ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି ।