ଅଯୋଗ୍ୟଙ୍କୁ ମିଳୁଛି ବର୍ଦ୍ଧିତ ଭତ୍ତା

ହାଟଡିହି(ବିକାଶ ବିଶ୍ବାଳ): ସରକାର ୮୦ବର୍ଷରୁ ଊର୍ଦ୍ଧ୍ବ ବୃଦ୍ଧ ବୃଦ୍ଧା ଓ ୮୦ଭାଗ ଭିନ୍ନକ୍ଷମ ମାନଙ୍କୁ ବର୍ଦ୍ଧିତ ଭତ୍ତା ଦେବାପାଇଁ ସରକାର ଘୋଷଣା କରିଛନ୍ତି। ହଜାର ହଜାର ଯୋଗ୍ୟ ହିତାଧୀକାରୀ ବର୍ଦ୍ଧିତ ଭତ୍ତା ପାଇଁ ଆବେଦନ କରିଥିଲେ। କିଛି ଯୋଗ୍ୟ ବ୍ୟକ୍ତିଙ୍କୁ ବର୍ଦ୍ଧିତ ଭତ୍ତା ୩୫ଶହ ଲେଖାଏଁ ପ୍ରଦାନ କରାଯାଉଥିବା ବେଳେ ଆହୁରି ୮ଶହରୁ ଊର୍ଦ୍ଧ୍ବ ହିତାଧୀକାରୀ ବର୍ଦ୍ଧିତ ଭତ୍ତା ପାଇବାକୁ ଚାହିଁ ବସିଛନ୍ତି। ମାସ ମାସ ଧରି ସେମାନେ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ୍ କାର୍ଯ୍ୟାଳୟକୁ ଦୌଡୁ ଥିବା ବେଳେ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଦିଆଯାଇ ନାହିଁ। ଅନ୍ୟ ପକ୍ଷରେ ବ୍ଲକରେ ଅନେକ ଅଯୋଗ୍ୟ ଲୋକ ଏହି ବର୍ଦ୍ଧିତ ଭତ୍ତା ପାଉଥିବା ନେଇ ଅଭିଯୋଗ ହୋଇଛି। ହାଟଡିହି ବ୍ଲକ ବଙ୍ଗୋର ପଞ୍ଚାୟତରେ ୧୬ଜଣ ଅଯୋଗ୍ୟ ହିତାଧୀକାରୀ ବର୍ଦ୍ଧିତ ଭତ୍ତା ପାଉଛନ୍ତି ବୋଲି ବିଡ଼ିଓଙ୍କ ନିକଟରେ ଅଭିଯୋଗ ହୋଇଛି। ଏହି ପଞ୍ଚାୟତର ଗଙ୍ଗାଧର ସାହୁ, ୬୮, ଜଗବନ୍ଧୁ ବେହେରା ୬୩, ଅଭିରାମ ମହାରଣା ୬୫, ଆରତୀ ସାହୁ ୬୧, ଗଙ୍ଗା ସାହୁ ୬୮, ହରେକୃଷ୍ଣ ସାହୁ ୭୦, ହେମ ପ୍ରଧାନ ୬୩, ମାଧୁରୀ ତନ୍ତୀ ୫୩, ରଜନୀ ନାଇକ ୪୮, ହେମ ମାଝୀ ୬୫, ହୃଦାନନ୍ଦ ପଣ୍ଡା ୭୫, କରୁଣାକର ପାତ୍ର ୬୮, କୈଳାଶ ଚନ୍ଦ୍ର ବେଜ୍ ୭୩, ଅନନ୍ତ ଚରଣ ସାହୁ ୭୧, ବାସନ୍ତୀ ନାୟକ ୫୬, ପ୍ରମିଳା ପାତ୍ର ୫୮ ପ୍ରମୁଖ ବର୍ଦ୍ଧିତ ଭତ୍ତା ପାଉଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ବ୍ଲକ ଅଧିକାରୀ ଙ୍କୁ ପଚାରିବାରେ ଅନ ଲାଇନ ରେ ଭତ୍ତା ପାଉଥିବା ୨୫୦ରୁ ଊର୍ଦ୍ଧ୍ବ ହିତାଧୀକାରୀଙ୍କ ନିକଟକୁ ଭୁଲ କ୍ରମେ ଏହି ବର୍ଦ୍ଧିତ ଭତ୍ତା ଯାଉଥିଲା। ଆମେ ତାକୁ ସ୍କୁଟିନ କରି ସଂଶୋଧିତ ତାଲିକା ପଠାଇଛୁ। ଯଦି ଆଉ କିଛି ରାହିଯାଇ ଥିବ ତେବେ ସେଗୁଡିକୁ ସଂଶୋଧନ କରାଯିବ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ