ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଜନସମାଗମ
ରାଇକିଆ( ପ୍ରଦିପ ବେହେରା) -କନ୍ଧମାଳ ଜିଲ୍ଲା ରାଇକିଆ ର ପ୍ରସିଦ୍ଧ ରଥଯାତ୍ରା ସମ୍ପନ୍ନ ହୋଇଯାଇଛି । ସକାଳୁ ଅଖଣ୍ଡ ଦୀପ ପ୍ରଜ୍ବଳନ ସହ ବିଡ଼ିଓ ସବ୍ୟସାଚୀ ସାହୁ ରୀତି ନୀତି ଅନୁଯାୟୀ ପୂଜାର୍ଚ୍ଚନା କାର୍ଯ୍ୟ ସଂପାଦନ କରିଥିଲେ । ମଧ୍ୟାହ୍ନ ରେ ରଥ ସଂସ୍କାର କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଅପରାହ୍ନ ତିନିଟା ବେଳେ ପହଣ୍ଡି ବିଜେ ଅନୁଷ୍ଠିତ ହୋଇଥିଲା । ଅନୁକୂଳ ପାଗ ଯୋଗୁଁ ହଜାର ହଜାର ଶ୍ରଦ୍ଧାଳୁ ମହାପ୍ରଭୁ ଙ୍କ ଦର୍ଶନ ପାଇଁ ଭିଡ଼ ଜମାଇଥିଲେ। ତିନି ଠାକୁରଙ୍କ ନିତିକାନ୍ତି ସରିବା ପରେ ପହଣ୍ଡି ପାଇଁ ସେବକମାନେ ପ୍ରସ୍ତୁତ କରିଥିଲେ । ବିଡିଓ ଙ୍କ ଦ୍ବାରା ଛେରା ପହଁରା କରାଯିବା ପରେ ରୀତି ନୀତି ଅନୁଯାୟୀ ପୂଜାର୍ଚ୍ଚନା ହୋଇଥିଲା । ମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ବିଭାଗ ତରଫରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ଅପରାହ୍ନ ସାଢ଼େ ପାଞ୍ଚ ଟାରେ ରଥଟଣା ଆରମ୍ଭ ହୋଇ ସାଢ଼େ ଛଅ ଟା ବେଳେ ରଥ ମାଉସୀ ମା ମନ୍ଦିର ରେ ପହଞ୍ଚିଥିଲା । ଜଗନ୍ନାଥ ପୂଜା କମିଟି ସଭାପତି ସତ୍ୟବାନ ପାତ୍ର ଏବଂ ସମ୍ପାଦକ ବାଇନାଥ ଦାସ ଙ୍କ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଭଗବାନ ପାତ୍ର ଏବଂ ଗଦାଧର ମହାରଣା ଧାରା ବିବରଣୀ ପ୍ରଦାନ କରିଥିଲେ।