ପାରଳାଖେମୁଣ୍ଡି ରଥଯାତ୍ରାରେ ଭକ୍ତଙ୍କ ପ୍ରବଳ ସାମଗମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଦକ୍ଷିଣ ଓଡ଼ିଶାର ଶ୍ରୀକ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଥିବା ପାରଳାଖେମୁଣ୍ଡି ରଥଯାତ୍ରାରେ ଆଜି ଭକ୍ତ ଶ୍ରଦ୍ଧାଳୁଙ୍କ ପ୍ରବଳ ସାମଗମ ହୋଇଥିବା ଦେଖିବାକୁ ମିଳିଛି. ଆଜି ସକାଳୁ ସମସ୍ତ ନୀତି ନିୟମ ଅନୁଯାୟୀ ତିନି ଠାକୁରଙ୍କୁ ମଙ୍ଗଳ ଆଳତୀ ପ୍ରଦାନ କରାଯିବା ପରେ ପହଣ୍ଡି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା. ପ୍ରଥମେ ଶ୍ରୀବଳଭଦ୍ର, ଦ୍ଵିତୀୟରେ ମା ସୁଭଦ୍ରା ଓ ପରେ ଶ୍ରୀଜଗନ୍ନାଥଙ୍କୁ ପୂଜକ ଶ୍ରଦ୍ଧାଳୁ ଓ ଭକ୍ତମାନେ ପହଣ୍ଡି କରି ତିନି ରଥକୁ ବିଜେ କରିଥିଲେ. ପରେ ରଥାରୂଢ ତିନି ଠାକୁରଙ୍କୁ ପାରଳା ରାଜ କୁମାରୀ କଲ୍ୟାଣୀ ଦେବୀ ତିନି ରଥରେ ପହଞ୍ଚି ଛେରା ପହଁରା କାର୍ଯ୍ୟକ୍ରମ କରିବା ସହ ତିନି ଠାକୁରଙ୍କୁ ପୂଜା ପାଠ କରି ସର୍ବ ଜନ ହିତ ପାଇଁ ଆଶୀର୍ବାଦ ଭିକ୍ଷା କରିଥିଲେ. ଅପରାହ୍ନରେ ରଥ ଟଣା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା. ପ୍ରଥମେ ଶ୍ରୀବଳଭଦ୍ରଙ୍କ ରଥଙ୍କୁ ଟଣା ଯିବା ଆରମ୍ଭ ହୋଇଥିଲା. ଦ୍ବିତୀୟରେ ମା ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିଥିଲେ. ଶେଷରେ ଶ୍ରୀଜଗନ୍ନାଥଙ୍କ ରଥକୁ ଟଣା ଯାଇଥିଲା. ଆଜିର ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳା ଭାବେ ସଫଳ ରୂପାୟନ ପାଇଁ ଗଜପତି ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଓ ବହୁ ବ୍ୟବସ୍ଥା ଗ୍ରହଣ କରାଯାଇଛି. ଆଜିର ଚଳିତ ବର୍ଷ ରଥଯାତ୍ରାରେ ସମଗ୍ର ଗଜପତି ଜିଲ୍ଲା, ଦକ୍ଷିଣ ଓଡିଶା ଓ ପଡୋଶୀ ଆନ୍ଧ୍ର ପ୍ରଦେଶର ବିଭିନ୍ନ ଅଞ୍ଚଳରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ସାମଗମ ହୋଇଥିବା ଲକ୍ଷ୍ୟ କରାଯାଇଥିଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ