ଦେବସ୍ନାନ ପୂର୍ଣ୍ଣିମାରେ ଭକ୍ତଙ୍କ ପ୍ରବଳ ସମାଗମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଦକ୍ଷିଣ ଓଡ଼ିଶାର ଶ୍ରୀକ୍ଷେତ୍ର ଭାବେ ପରିଚିତ ପାରଳାଖେମୁଣ୍ଡି ଠାରେ ଆଜି ଦେବସ୍ନାନ ପୁର୍ଣିମା ପାଳିତ ହୋଇଯାଇଛି। ଆଜି ଭୋର ସକାଳୁ ସକାଳୁ ଦେବସ୍ନାନ ପୁର୍ଣିମା ପାଇଁ ପାରଳା ସହର ଚଳଚଞ୍ଚଳ ହୋଇ ଉଠିବା ସହ ସହର ସାରା ଉତ୍ସବ ମୁଖରିତ ହୋଇ ଉଠିଥିବା ଲକ୍ଷ୍ୟ କରାଯାଇଛି। ପାରଳା ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ ଥିବା ସ୍ନାନ ମଣ୍ଡପରେ ତିନି ଠାକୁରଙ୍କୁ ଦେବସ୍ନାନ ପୁର୍ଣିମାର ଵିଧି ଅନୁଯାୟୀ ସ୍ନାନ କରାଯିବା ସହ ପୂଜା ପାଠ କରାଯାଇଥିଲା। ଗଜପତି ଜିଲ୍ଲା ସମେତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଏବଂ ପଡୋଶୀ ଆନ୍ଧ୍ରରୁ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଦେବସ୍ନାନ ପୁର୍ଣିମାରେ ଯୋଗଦେଇ ତିନି ଠାକୁରଙ୍କୁ ଦର୍ଶନ କରିବା ସହ ଅତ୍ୟନ୍ତ ଭକ୍ତିପୂତ ଭାବେ ପ୍ରଦୀପ ପ୍ରଜ୍ବଳନ କରି ପୂଜା ପାଠ କରିଥିବା ଲକ୍ଷ୍ୟ କରାଯାଇ ଥିଲା. ଆଜିର ପବିତ୍ର ଦେବସ୍ନାନ ପୁର୍ଣିମା ତିଥିରେ ପାରଳା ଜଗନ୍ନାଥ ମନ୍ଦିର କମିଟି ତରଫରୁ 5 ହଜାରରୁ ଉର୍ଦ୍ଧ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଅନ୍ନ ପ୍ରସାଦ ପ୍ରଦାନ କରାଯାଇଥିଲା ବୋଲି ଜଗନ୍ନାଥଙ୍କ ଭକ୍ତ ଦୁର୍ଗା ମାଧବ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ