ଫେବୃୟାରୀ ୧୨ ସାଧାରଣ ଧର୍ମଘଟକୁ ସଫଳ କରିବା ପାଇଁ କେନ୍ଦ୍ରାପଡାରେ ଗଣ କନଭେସନ ଆହ୍ୱାନ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ମନରେଗା ବଞ୍ଚାଅ – ଭି.ବି. ଜି.ରାମ୍‌.ଜି ଆଇନକୁ ପ୍ରତ୍ୟାହାର କର, ଶ୍ରମିକ ବିରୋଧୀ ଶ୍ରମ କୋଡ଼ ରଦ୍ଦ କର, ଜନ ବିରୋଧୀ ବିଦ୍ୟୁତ୍ ସଂଶୋଧନ ବିଲ୍ ପ୍ରତ୍ୟାହାର କର, କୃଷକ ବିରୋଧୀ ବିହନ ବିଲ୍‌-୨୦୨୫ ବାତିଲ କର, ଧାନ ମଣ୍ଡିରୁ ସରକାରୀ ମୂଲ୍ୟରେ ସମସ୍ତ ଧାନ କ୍ରୟ କର, କୃଷିଜାତ ପଦାର୍ଥର ସର୍ବନିମ୍ନ ସହାୟକ ମୂଲ୍ୟ ପାଇଁ ଆଇନ କର ପ୍ରଭୃତି ୨୧ଦଫା ଦାବିରେ ୧୨ ଫେବୃଆରୀ ୨୦୨୬ ଦେଶବ୍ୟାପୀ ସାଧାରଣ ଧର୍ମଘଟକୁ ସଫଳ କରିବା ପାଇଁ ମଙ୍ଗଳବାର କେନ୍ଦ୍ରାପଡା ସହରର ଖଡ଼ିଅଙ୍ଗସ୍ଥିତ ସିଟୁ କାର୍ଯ୍ୟାଳୟରେ ଏକ ଜିଲ୍ଲା ସ୍ତ୍ରରୀୟ ଗଣ କନଭେନସନ ଅନୁଷ୍ଠିତ ହେଇଯାଇଛି। କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନମାନଙ୍କ ମିଳିତ ମଞ୍ଚ,ସଂଯୁକ୍ତ କିଷାନ ମୋର୍ଚ୍ଚା ଏବଂ ସ୍ୱାଧୀନ ଫେଡରେସନ ସମୂହ କେନ୍ଦ୍ରାପଡା ଜିଲ୍ଲା ପକ୍ଷରୁ ଆହୁତ ଏହି ଗଣ କନଭେନସନରେ ସଭାପତିତ୍ୱ କରିଥିଲେ ଆଇଏନଟିୟୁସି ସଭାପତି ମୁକ୍ତାର ଖାଁ। ଅନ୍ୟମାନଙ୍କ ମଧ୍ୟରେ ସିଟୁପକ୍ଷରୁ ଜଗତଜୀବନ ଦାଶ, ମାଧବ ଦାସ, ଏଆଇଟିୟୁସି ପକ୍ଷରୁ ରମଣୀରଞ୍ଜନ ରାଉତରାୟ, ବାବାଜୀ ଧଳ, ଆଇଏନଟିୟୁସି ପକ୍ଷରୁ ଫକୀର ଚରଣ ଖଟୁଆ, ବିଧୁଭୂଷଣ ମହାପାତ୍ର, ୟୁଟିୟୁସି ପକ୍ଷରୁ ଏଲିନା ସାମନ୍ତରାୟ, ପବିତ୍ର ପଟ୍ଟନାୟକ, ଏଚଏମ୍‌ଏସ ପକ୍ଷରୁ ତ୍ରିଲୋଚନ ଦାସ, କଳିଙ୍ଗ ଭାରତ ଶ୍ରମିକ ସଂଘ ପକ୍ଷରୁ ପ୍ରକାଶ ଚନ୍ଦ୍ର ମହାନ୍ତି, ଓଡିଶା କୃଷକ ସଭା ପକ୍ଷରୁ ଗୟାଧର ଧଳ, ବିଜୟ ଦାସ, କିଷାନ କଂଗ୍ରେସ ପକ୍ଷରୁ ମହେନ୍ଦ୍ର ପରିଡା, ପ୍ରଫୁଲ୍ଲ ଦାସ, ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଦାଶରଥି ସାହୁ, କୁଳମଣି ଦାସ, ଅଖିଳ ଭାରତ କୃଷକ ସଭା ପକ୍ଷରୁ ଆଦିକନ୍ଦ ରାଉଳ, କର୍ମଚାରୀ ସଂଗଠନ ପକ୍ଷରୁ ନରୋତ୍ତମ ପାର୍ଥସାରଥୀ, ଅବସର ପ୍ରାପ୍ତ କର୍ମଚାରୀ ସଂଗଠନ ପକ୍ଷରୁ ଅଜୟ ସାମଲ, ବୈଷ୍ଣବ ଚରଣ ସ୍ୱାଇଁ, ବୁଦ୍ଧିଜୀବୀ ପ୍ରଦୀପ ମହାନ୍ତି, ସୁଶୀଲ ସାମଲ ପ୍ରମୁଖ ବକ୍ତବ୍ୟ ରଖି କେନ୍ଦ୍ର ଓ ରାଜ୍ୟ ସରକାରର ଜନ ବିରୋଧୀ ନୀତି ବିରୁଦ୍ଧରେ ତୀବ୍ର ସମାଲୋଚନା କରିବା ସହିତ ସାରା ଜିଲ୍ଲାରେ ଏହି ଧର୍ମଘଟକୁ ଦଳ ମତ ନିର୍ବିଶେଷରେ ସବୁମତେ ସଫଳ କରିବାକୁ ଜନଗଣଙ୍କୁ ନିବେଦନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ନିରାକାର ସାହୁ, ଅଶୋକ ନାଥ, ବିନୟ ମଲିକ, ସୁଷମା ପଣ୍ଡା, ଗୋପବନ୍ଧୁ ବେହେରା, ପ୍ରଜ୍ଞାଦୀପ୍ତ ସାମଲ, ରଞ୍ଜିତ ଲେଙ୍କା, ଗୁଣମଣି ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ