ସାନ୍ତସାହି ସରସ୍ୱତୀ ଶିଶୁବିଦ୍ୟାମନ୍ଦିରରେ ବିଶାଳ ହିନ୍ଦୁ ସମ୍ମିଳନୀ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ସନାତନ ଧର୍ମ ସୃଷ୍ଟିର ସର୍ବ ପୁରାତନ ତଥା ଏକମାତ୍ର ଧର୍ମ। ସନାତନ ସଂସ୍କୃତି ବସୁଧୈବ କୁଟୁମ୍ବକଂର ବାର୍ତ୍ତର୍ା ଦେଇଥାଏ। ସମଗ୍ର ବିଶ୍ୱର ମଙ୍ଗଳ କାମନା ତଥା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ଅନାଦି କାଳରୁ ଏହି ଧର୍ମ ଚେଷ୍ଟା କରି ଆସିଛି ଓ ଦେଶ ମାତୃକାକୁ ନିଜର ମାଆ ବୋଲି ସମ୍ବୋଧନ କରିଆସିଛି। ହିନ୍ଦୁ ସଂସ୍କୃତି କେବଳ ଦେବୀ ବା ଦେବତା ନୁହେଁ, ମାନବ, ବୃକ୍ଷଲତା ଏପରିକି ଜଡ଼ ବସ୍ତୁରେ ମଧ୍ୟ ଭଗବତ ସତ୍ତାର ଅନୁଭବ କରିଥାଏ। ତେଣୁ ଏହି ମହାନ ସଂସ୍କୃତିକୁ ବଜାୟ ରଖି ସୁରକ୍ଷା ପ୍ରଦାନ କରିବାକୁ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ। ଏଥିସହିତ ସୁସଂଗଠିତ ହୋଇ ଭାରତ ଗୌରବର ବିଜୟ ବାନାକୁ ସମଗ୍ର ବିଶ୍ୱରେ ଉଡାଇବା ଉଚିତ ବୋଲି ସାନ୍ତସାହିସ୍ଥିତ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ବିଶାଳ ହିନ୍ଦୁ ସମ୍ମିଳନୀରେ ଯୋଗଦେଇ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। କେନ୍ଦ୍ରାପଡ଼ା ପୈାରାଞ୍ଚଳ ଅନ୍ତର୍ଗତ ମା’ ବୁଢୀ ବିଳାଶୁଣୀ ଓ ମା’ଯାଜ୍ଞସେନୀ ବସତୀର ସମଗ୍ର ହିନ୍ଦୁ ସମାଜ ପକ୍ଷରୁ ସ୍ଥାନୀୟ ସାନ୍ତସାହିସ୍ଥିତ ସରସ୍ୱତୀ ବିଦ୍ୟା ମନ୍ଦିର ପରିସରରେ ସଂଯୋଜକ ସଚ୍ଚିଦାନନ୍ଦ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ବିଶାଳ ହିନ୍ଦୁ ସମ୍ମିଳନୀରେ ଉଦଘାଟକ ରୂପେ ମହନ୍ତ ସଚ୍ଚିଦାନନ୍ଦ ଦାସ, ମୁଖ୍ୟଅତିଥି ଭାବେ ଦୈନିକ ଶ୍ରୁତିର ସମ୍ପାଦକ ସର୍ବେଶ୍ୱର ମିଶ୍ର ଓ ମୁଖ୍ୟବକ୍ତା ଭାବେ ପଣ୍ଡିତ ହୃଷିକେଶ ରଥ ପ୍ରମୁଖ ଯୋଗଦେଇ ଭାରତୀୟ ହିନ୍ଦୁ ସଂସ୍କୃତି ସମ୍ପର୍କରେ ଆଲୋଚନା କରିଥିଲେ। ଏଥିସହିତ ଏକ ସୁସ୍ଥ ହିନ୍ଦୁ ସମାଜ ଗଠନରେ ସାମାଜିକ ସରସତା ସ୍ଥାପନ ପାଇଁ ପ୍ରତ୍ୟେକ ହିନ୍ଦୁମାନଙ୍କ ମଧ୍ୟରେ ଥିବା ଉଚ୍ଚନୀଚ୍ଚ ଭେଦଭାବକୁ ଦୂର କରିବାକୁ ପଡିବ ବୋଲି କହିଥିଲେ। ଏହାସହିତ ଦେଶକୁ ଏକ ପରମ ବୈଭବଶାଳୀ ରାଷ୍ଟ୍ର ଭାବେ ଗଠନ କରି ପ୍ରତ୍ୟେକ ହିନ୍ଦୁମାନଙ୍କୁ ସଂଗଠିତ କରିବାର ଆବଶ୍ୟକତା ତଥା ହିନ୍ଦୁତ୍ୱ ଓ ସନାତନ ଧର୍ମ ଏବଂ ସଂସ୍କୃତିର ସୁରକ୍ଷା ପ୍ରତି ଆସୁଥିବା ଆହ୍ୱାନକୁ ସାମନା କରିବାକୁ ସମସ୍ତେ ଏକାଠି ହେବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବୈଦ୍ୟନାଥ ଚାଟାର୍ଜୀ, କିଶୋର ପଣ୍ଡା, ଗିତାଞ୍ଜଳୀ ସେଠୀ, ନେହେରୁ ସାହୁ, ପ୍ରଧାନ ଆଚାର୍ଯ୍ୟ ମନୋଜ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ସଚ୍ଚିଦାନନ୍ଦ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଲୋକନାଥ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଦୁଇହଜାରରୁ ଉର୍ଦ୍ଧ୍ୱ ଲୋକ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସୁରେଶ ଚନ୍ଦ୍ର ନାୟକ, ମାଧବ ନନ୍ଦ, ଭିକାରୀ ପ୍ରଧାନ, ସମୀର ଦାସ, ପ୍ରଭାତରଞ୍ଜନ ସ୍ୱାଇଁ, ଅଭୟ ବେହେରା, କ୍ଷିତିଶ ସିଂହ, ରଞ୍ଜନ କୁମାର, ଶ୍ରୀନିବାସ ନାୟକ, ପଦ୍ମଲୋଚନ ମହାପାତ୍ର, ମହେଶ୍ୱର ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ