ବିପୁଳ ପରିମାଣର ଚୋରା କାଠଗଣ୍ଡି ଜବତ, ଜଣେ ଯୁବକ ଗିରଫ

ବୈପାରିଗୁଡା ( ବିକ୍ରାନ୍ତ କୁମାର ବେବର୍ତ୍ତା ): ରାତ୍ରିର ସୁଯୋଗ ନେଇ ବାହାର ରାଜ୍ଯକୁ କାଠଗଣ୍ଡି ଚୋରାଚାଲଣ କରୁଥିବା ସମୟରେ ମାଡି ବସିଲା ବନବିଭାଗ। ହଜାର ହଜାର ଟଙ୍କାର କାଠଗଣ୍ଡି ଚାଲାଣ ହେବା ଆଗରୁ ଚଢାଉ କରି ଜବତ କରିବା ସହ ଗାଡି ଡ୍ରାଇଭରକୁ ଗିରଫ କରିବାରେ ସଫଳ ହୋଇଛି ବିଭାଗ । ଜଙ୍ଗଲ ରୁ ସିମିଳି କାଠ ଚୋରାଚାଲାଣ ବେଳେ ମିନି ଟ୍ରକ ସହ ୨୫ ଖଣ୍ଡ କାଠ ଗଣ୍ଡି ଓ ଗୋଟି ଶାଗୁଆନ ଜବତ କରିଛି ବୈପାରିଗୁଡା ବନ ବିଭାଗ।ବୈପାରିଗୁଡା  ବନଖଣ୍ଡ ଅନ୍ତର୍ଗତ ମାଲାଗୁଡା ଆଡୁ କାଠଗଣ୍ଡି ଚୋରାଚାଲାଣ ହେଉଥିବା ଖବର ପାଇ ଦଶମନ୍ତପୁର ବନପାଳ ରଞ୍ଜିତା ନାୟକ ବୈପାରିଗୁଡା ରେଞ୍ଜର ଦୀପନ୍ଦ କୁମାର ପାଣିଗ୍ରାହୀକୁ ଖବର ଦେଇଥିଲେ ।ରେଞ୍ଜର ଏକ ଟିମ୍ ଗଠନ କରି ବନ କର୍ମଚାରୀ ମାନେ ରାତ୍ରୀକାଳୀନ ପଇଁତରା ଜାରି ରଖିଥିବା ବେଳେ ସେହି ରାସ୍ତାରେ ଗାଡି ଆସୁଥିବା ଦେଖି ଗାଡିକୁ ଅଟକାଇବା ସହ ଗାଡି ଯାଞ୍ଚ କରିଥିଲେ । ଗାଡି ଭିତରେ କାଠଗଣ୍ଡି ରହିଥିବା ବେଳେ ବାହାର ପଟରୁ ପାଲା ଘୋଡାଇ ଥିବାରୁ ବନାଞ୍ଚଳ କାର୍ଯ୍ଯାଳୟ କୁ ଗାଡି ଆଣିବା ସହିତ ଗାଡି ଭିତରୁ କାଠଗଣ୍ଡି ରହିଥିବା ଦେଖି ତଦନ୍ତ ଆରମ୍ଭ କରିଛି ବିଭାଗ । ଏହି ଚଢ଼ାଉ ବେଳେ ବନପାଳ ରଞ୍ଜିତା ନାୟକ,ବନରକ୍ଷୀ ରମେଶ ପାଣ୍ଡି , ପାରା କର୍ମଚାରୀ ମାନେ  ପ୍ରମୁଖ ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ