ହାଟଡ଼ିହିରେ ବିରାଟ ତ୍ରିରଙ୍ଗା ଶୋଭାଯାତ୍ରା

ହାଟଡ଼ିହି, (ଓ୍ବାଇଏନଏସ): ଅଗଷ୍ଟ ୧୦ତାରିଖରୁ ୧୪ତାରିଖ ପର୍ଯ୍ୟନ୍ତ ଆରମ୍ଭ ହୋଇଛି ତ୍ରିରଙ୍ଗା ଶୋଭାଯାତ୍ରା ଅଭିଯାନ । ଏହି କ୍ରମରେ ଆଜି ହାଟଡିହି ବ୍ଲକ ବଞ୍ଚୋ ମଣ୍ଡଳ ଓ ହାଟଡିହି ମଣ୍ଡଳରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ବଞ୍ଚୋ ମଣ୍ଡଳ ସଭାପତି ହରେକୃଷ୍ଣ ସ୍ବାଇଁ, ହାଟଡିହି ମଣ୍ଡଳ ସଭାପତି ଦୀପକ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ତ୍ରିରଙ୍ଗା ଶୋଭାଯାତ୍ରାରେ ଶହ ଶହ କର୍ମୀ ସାମିଲ୍ ହୋଇ ବନ୍ଦେ ମାତରଂ, ଭାରତ ମାତା କି ଜୟ, ଜୟହିନ୍ଦ୍ ଧ୍ବନି ଦେଇ ଚୋରଗଡିଆ ଛକ ଠାରୁ ବାହାରି ଛେନାପଦି ଛକ, ଅଣା, ହାଟଡ଼ିହି, ଜଳକଲଙ୍ଗ,  ମରେଇଗାଁ ଦେଇ କେନ୍ଦୁଝର ସୀମାନ୍ତ ଜାଗନ୍ନାଥପୁର ପର୍ଯ୍ୟନ୍ତ ଯାଇଥିଲେ।  ଏହି  କାର୍ଯ୍ୟକ୍ରମରେ ବିଜେପି ନେତା ଆଲୋକ ସେଠୀ, ଜିଲ୍ଲା ସଧାରଣ ସମ୍ପାଦକ  ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ହରମୋହନ ଶାସିନୀ, ଯୁଧିଷ୍ଠିର ମଲ୍ଲିକ,  ସୁଶାନ୍ତ ଜେନା,  ମିନତୀ ଧଳ, ତୃପ୍ତିମୟୀ ଯେନା, ଜଗନ  ଯେନା,  ସୁରେନ୍ଦ୍ର ସାହୁ, ରୁଦ୍ରପ୍ରସାଦ ଜେନା, ପ୍ରଦୀପ ନାୟକ, ଶଶିକାନ୍ତ ରାଉତ, ଅଶୋକ ଜେନା, ବସନ୍ତ ନାୟକ, ମଙ୍ଗୁଳି ରାଉଳ, ରମାକାନ୍ତ ସାହୁ, ଜିତନ ଶଙ୍ଖୁଆ, ନିରଞ୍ଜନ ବିଶ୍ୱାଳ, ଶାନ୍ତନୁ ଖୁଣ୍ଟିଆ, ନବକିଶୋର ଯେନା, ଦେବାଶିଷ ବାରିକ, ସୁଧାଂଶୁ ବିଶ୍ଵାଳ, ଭୀମସେନ ପେରେଇ, ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ । ତ୍ରିରଙ୍ଗା ଆମ ଗର୍ବ ଓ ଗୌରବର ପ୍ରତୀକ,  ତେଣୁ ସମ୍ମାନର ସହ ପ୍ରତ୍ୟେକ ବ୍ୟକ୍ତି ତ୍ରିରାଙ୍ଗା ପତାକାକୁ ନିଜସ୍ବ ଗୃହରେ ଉତ୍ତୋଳନ ପାଇଁ ଜନସାଧାରଣଙ୍କୁ ଅନୁରୋଧ ଓ ସଚେତନ କରିଥିଲେ। ବିଶେଷ କରି ଭାରତୀୟ ସେନାର ମନୋବଳ ଦୃଢ଼ କରିବା ଓ ଆମେ ସମସ୍ତେ ଭାରତୀୟ ଏହି ବାର୍ତ୍ତାକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ତ୍ରିରଙ୍ଗା ଯାତ୍ରାର ଉଦ୍ଦେଶ୍ୟ ବୋଲି ବିଜେପି ନେତା ମାନେ ମତବ୍ୟକ୍ତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ