ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ମାନବାଧିକାର ଦିବସ ପାଳିତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ବୁଧବାର ସରସ୍ଵତୀ ନଗର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ମାନବାଧିକାର ଦିବସ ପାଳିତ ହୋଇଯାଇଛି। ଏଥିରେ ଆଇନ ସହାୟତା କମିଟି ଅଧ୍ୟକ୍ଷା ତଥା ବରିଷ୍ଠ ଦେଓ୍ବାନି ବିଚାରପତି ମହାଶ୍ୱେତା ପରିଜା ଅଧ୍ୟକ୍ଷତା କରି ମାନବର ସ୍ବାଧୀନତାର ଅଧିକାର, ସମାନତାର ଅଧିକାର ସମେତ ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଅଧିକାର ଗୁଡ଼ିକ ଉପରେ ସଚେତନ କରାଇବା ସହ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ରହିଥିବା ମୁକ୍ତ ଆଇନ ସହାୟତା ବ୍ୟବସ୍ଥା ଉପରେ ମଧ୍ୟ ଆଲୋକପାତ କରିଥିଲେ। ସେହିପରି ଖେମୁଣ୍ଡି ଓକିଲ ସଂଘର ପୂର୍ବତନ ସଭାପତି ହରପ୍ରସାଦ ରଥ, ଉପସଭାପତି ସନ୍ତୋଷ କୁମାର ସାହୁ, ରିମାଣ୍ଡ ଏଡଭୋକେଟ ସଞ୍ଜୟ କୁମାର ପଣ୍ଡା, ପ୍ରଧାନ ଆଚାର୍ଯ୍ୟ ଭଗବତୀ ପ୍ରସାଦ ମିଶ୍ର, ଜେଏମଏଫସି କୋର୍ଟର ଉପ ପ୍ରଶାସକ ସଂଗ୍ରାମ କେଶରୀ ପଣ୍ଡା ଅତିଥି ଭାବେ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଶିକ୍ଷକ ବାବୁଲା ପଣ୍ଡା ସ୍ବାଗତ ଭାଷଣ ଏବଂ ଶେଷରେ ପ୍ରଧାନ ଶିକ୍ଷକ ଷଷ୍ଠୀ ପ୍ରସାଦ ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ଟିଏଲଏସସି ସମ୍ପାଦକ ପ୍ରଦୀପ କୁମାର ପୁରୋହିତ ସଂଯୋଜନା କରିଥିବା ବେଳେ ବିଚାର ବିଭାଗୀୟ କର୍ମଚାରୀ ରୁଦ୍ର ପ୍ରସାଦ ତାଣ୍ଡିଆ, କେ.ନୋକେୟା, ନିରଞ୍ଜନ ଶବର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


