ରଗୁଡ଼ି ନିକଟରୁ ନର କଙ୍କାଳ ଉଦ୍ଧାର

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଆନନ୍ଦପୁର ଥାନା ଅଧିନସ୍ଥ ଘୋଷରାପଦା ରଗୁଡ଼ି ଗାଁ ନିକଟରୁ ଏକ ଗଳିତ ମୃତଦେହ ଉଦ୍ଧାର ହୋଇଛି। ସୂଚନାରୁ ଜଣା ଯାଇଛି ଯେ ଘୋଷରପଦା ଓ ରଗୁଡ଼ି ଉଭୟଗାଁ ଠାରୁ ୩ ଶହ ମିଟର ଦୂରରେ ଏକ ବୁଦା ଭିତରେ ଏକ ନରକଙ୍କାଳ ପଡ଼ିଥିବା ନେଇ ଆଜି କିଛି ଲୋକ ଦେଖିଥିଲେ। ଖବର ପ୍ରଚାରିତ ହେବା ପରେ ଲୋକଙ୍କ ସମାଗମ ହୋଇଥିଲା। ଖବରପାଇ ଆନନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି କଙ୍କାଳଟିକୁ ଜବଦ କରି ସାଇଣ୍ଟିଫିକ ଟେଷ୍ଟ ପାଇଁ ପଠାଇଛି। ଘୋଷରାପଦା ଗ୍ରାମର ଜଣେ ବ୍ୟକ୍ତି ଗତ କିଛିଦିନ ହେବ ନିଖୋଜ ଥିବାରୁ ଏହା ତାଙ୍କ ନର କଙ୍କାଳ ହୋଇଥାଏ ପାରେ ବୋଲି କିଛି ଗ୍ରାମବାସୀ ସନ୍ଦେହ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ