ଅନ୍ଧାରରେ କଲବଲ ୧୩ ଖଣ୍ଡ ଗ୍ରାମର ଶତାଧିକ ପରିବାର
କଲ୍ୟାଣସିଂହପୁର(ଏଙ୍କେଟେଶ୍ୱର ପାଢ଼ୀ) ସାତଦସନ୍ଦିରୁ ଅଧିକ ବର୍ଷ ଧରି ଅନ୍ଧାରରେ ଜୀବନ ଅତିବାହିତ କରୁଅଛନ୍ତି ନିୟମଗିରିର ପାହାଡ଼ ଉପରେ ଥିବା ୧୩ ଗୋଟି ଗ୍ରାମର ଶତାଧିକ ପରିବାର। କିନ୍ତୁ ଆଜିଯାଏ ବିଜୁଳି ଆଲୁଅ ଦେଖି ନାହାନ୍ତି ନିୟମଗିରି ପାହାଡ଼ରେ ବସବାସ କରୁଥିବା ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧ।ଘରକୁ ବିଜୁଳି ନଳକୁ ପାଣି ସାହିକୁ ସିସି ରାସ୍ତା ଭଳି ଅନେକ ମୌଳିକ ଅଧିକାରରୁ ବଞ୍ଚିତ ରହିଥିବା ଏହି ଜନଜାତି। ବର୍ତ୍ତମାନ ବିଭିନ୍ନ ସମସ୍ୟାରେ ଛନ୍ଦି ଅନ୍ଧାରରେ କାଳ କାଟୁଛନ୍ତି।ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ବ୍ଳକ ଅନ୍ତର୍ଗତ ନିୟମଗିରି ପାହାଡ ଉପରେ ଥିବା ପାର୍ଶାଲି ପଂଚାୟତର ଅଧିକାଂଶ ଗ୍ରାମରେ ବିଜୁଳି ଆଲୁଅ ପହଞ୍ଚି ନଥିବ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଡିବିରି ଆଲୁଅ ପାଇଁ କିରାସିନି ମିଳୁନଥିବାରୁ ଅନ୍ଧାରରେ କାଳାତିପାତ କରୁଛନ୍ତି।ଗ୍ରାମ ଗୁଡ଼ାକରେ ସଲର ବ୍ୟବସ୍ଥା ଥିଲେ ମଧ୍ୟ ବହୁ ବର୍ଷ ଧରି ମରାମତି ସଂସ୍ଥା ମରାମତି କରୁନଥିବାରୁ ସଲାର ଜଳୁନଥିବାରୁ ଲୋକଙ୍କ ସମସ୍ୟା ଦୁଇଗୁଣ ହୋଇ ପଡିଛି।ସରକାରଙ୍କ ଠାରୁ କୋଟି କୋଟି ଟଙ୍କା ଅନୁଦାନ ଆଣି ସୋଲାର ପ୍ରଦାନ କରି ସଂସ୍ଥା ମରାମତି କରିବାର ମଧ୍ୟରେ ଭୁଲି ଯାଇଛି।ଏହି ଆଦିମ ଜନଜାତି ଡ଼ଙ୍ଗରିଆଙ୍କ ପାଇଁ ସରକାର ୧୯୮୭ ମସିହାରେ ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ପ୍ରତିଷ୍ଠା କରାଯାଇ ଥିଲା।କିନ୍ତୁ ୩୯ ବର୍ଷ ଏହି ସଂସ୍ଥା କାର୍ଯ୍ୟ କରି କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଡଙ୍ଗରିଆଙ୍କ ଭାଗ୍ୟ ଆଜିଯାଏ ବଦଳି ପାରିଲା ନାହିଁବୋଲି ଡ଼ଙ୍ଗାରିଆ ମାନେ ଅଭିଯୋଗ କରିଛନ୍ତି।ଗତ ୧୮ମସିହାରୁ ପାଞ୍ଚ ବର୍ଷ ଓପିଲିପି ନାମରେ ପୁଣି ଆଇଟିଡିଏ ପକ୍ଷରୁ ପ୍ରାୟ ୪୦ କୋଟି ଟଙ୍କା ପାର୍ଶାଲି ଓ ସୁନାଖଣ୍ଡି ପଂଚାୟତରେ ବସବାସ କରୁଥିବା ଡ଼ଙ୍ଗରିଆ ଓ ଅନ୍ୟ ସମ୍ପ୍ରଦାୟର ଲୋକମାନଙ୍କ ପାଇଁ ଉନ୍ନତି କରିବାକୁ ଉକ୍ତ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରି ଶେଷ ହୋଇ ଯାଇଥିଲେ ମଧ୍ୟ ବାସ୍ତବରେ ଦେଖିଲେ ଜଣାପଡିବ ବୋଲି ଡଙ୍ଗରିଆ ମନେ ଅଭିଯୋଗ କରିଛନ୍ତି।ପରେ ପରେ ଆଉ ପାହାଡ଼ ତଳିଆ ଗ୍ରାମ ଗୁଡାକକୁ ବିଜୁଳି ଗଲା।କିନ୍ତୁ ଗୁମା,ଲମ୍ବା, ଡଙ୍ଗମାଠି ,ପଟଙ୍ଗ ପଦର,ଲାଖ ପଦର ,ଟାମକଷିଲା, ଟେଭାପଡା, ପଞ୍ଚକୋଡ଼ି, କାଡ୍ର।କାଵଣ୍ଡେଲି ଫକେରି, ନିଶିଖାଲ, ନିର୍ଗୁଣ୍ଡି, ସାରିଝୋଲା ଭଳି ଅନେକ ଗ୍ରାମକୁ ଆଜିଯାଏ ବିଜୁଳିର ଆଲୁଅ ସାତ ସପନ ହୋଇ ପଡିଛି।ବର୍ଷ ପରେ ବର୍ଷ ବିତି ଯାଇଛି କିନ୍ତୁ ପାହାଡିଆ ଘାଟି ଚଢୁନି ବିଦ୍ୟୁତ ଖୁଣ୍ଟ ଓ ତାର।।ବିଜୁଳି ବିଭାଗ ଜାଣିଶୁଣି ଏହି ଗ୍ରାମଗୁଡାକକୁ ବିଜୁଳି ନେବାରେ ସାମର୍ଥ ଜୁଟାଇ ପାରିନି ନା ଜାଣିଶୁଣି ଡଙ୍ଗରିଆଙ୍କୁ ମାନସିକ ନିର୍ଯ୍ୟାତନା ଦେଉନାହିଁ ତ!ସେହିପରି ଡଙ୍ଗରିଆଙ୍କ ସର୍ବାଙ୍ଗୀନ ଉନତି ପାଇଁ ଡିକେଡିଏ ସ୍ୱତନ୍ତ୍ର ଅଧିକାରୀ ମଧ୍ୟ ଆଖିକାନ ବୁଜିଦେଇଥିବା ଜଣା ପଡିଛି। କେନ୍ଦ୍ର ସରକାର ଜନଜାତି ପାଇଁ ପ୍ରଧାନମନ୍ତ୍ରୀ ଜନମନ ଯୋଜନା କରି ଏକ ବର୍ଷ ବିତିଗଲା କିନ୍ତୁ ବିଜୁଳି ଖଣ୍ଡିକ ଲାଗି ପାରଲା ନାହିଁ ବୋଲି ଡଙ୍ଗରିଆ ମାନେ ଅଭିଯୋଗ କରିଛନ୍ତି।ସରକାର ବଦଳିଲା କିନ୍ତୁ ଡଙ୍ଗରିଆ ଙ୍କ ଭାଗ୍ୟ ବଦଳିଲା ନାହିଁ କହିଲେ ଭୁଲ ହେବ ନାହିଁ।ଏଣୁ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ଡଙ୍ଗରିଆ ମାନେ।