ସ୍ତ୍ରୀଙ୍କୁ ହତ୍ୟାଉଦ୍ୟମ :ସ୍ବାମୀ ଗିରଫ

ଦିଗପହଣ୍ଡି, (ଅଳକ ନାଥ ମିଶ୍ର): ବିବାହିତା ସ୍ତ୍ରୀ ଘରେ ଥାଉ ଥାଉ ଅନ୍ୟ ଜଣେ ମହିଳାଙ୍କୁ ସ୍ତ୍ରୀ ଭଳି ମର୍ଯ୍ୟାଦା ଦେଇ ଆସିବା ସହ ସେହି ରକ୍ଷିତା ସ୍ତ୍ରୀ ର କଥାରେ ପଡି ବିବାହିତା ସ୍ତ୍ରୀଙ୍କୁ ହତ୍ୟାଉଦ୍ୟମ କରିବା ଅଭିଯୋଗରେ ଦିଗପହଣ୍ଡି ପୁଲିସ ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ର କୁ ଶନିବାର ଗିରଫ କରିଛି। ବିବାହିତା ସ୍ତ୍ରୀ ପ୍ରମିଳା ନାୟକଙ୍କ ଲିଖିତ ଅଭିଯୋଗ ପ୍ରକାରେ ଡିଏସପି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ. ୪୯୯/୨୫ ପ୍ରକାରେ ମାମଲା ରୁଜୁ କରିବା ସହ ତଦନ୍ତକାରୀ ଅଧିକାରୀ ଏସ.ଆଇ ରାଜ କିଶୋର ପାତ୍ର ଅଭିଯୁକ୍ତ କୁ ଦିଗପହଣ୍ଡି କୋର୍ଟ ଚାଲାଣ କରିଥିଲେ। ସେଠାରେ ଗିରଫ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ ହୋଇ ଯିବାରୁ ତାଙ୍କୁ ସବ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଅଭିଯୋଗ ପ୍ରକାରେ ଅଞ୍ଚଳ କଲୋନୀର ଚନ୍ଦନ ଗତ ୨୦୧୬ ସାଲରେ ପ୍ରମିଳା ଙ୍କୁ ସାନଖେମୁଣ୍ଡି ବ୍ଲକ ପାଟପୁର ନିକଟ ବୁଦ୍ଧେଶ୍ବର ମନ୍ଦିରରେ ବିବାହ କରିଥିଲେ। ଚନ୍ଦନ ଙ୍କ ଦାବୀ ପ୍ରକାରେ ପ୍ରମିଳା ଙ୍କୁ ବାପାଘର ପକ୍ଷରୁ ପାଞ୍ଚ ଲକ୍ଷ ଟଙ୍କା ଓ ସୁନା ଅଳଙ୍କାର ଦିଆଯାଇଥିଲା। କିନ୍ତୁ ବିବାହର କିଛିଦିନ ପରେ ସ୍ତ୍ରୀ ପ୍ରମିଳା ଗର୍ଭବତୀ ହେବାରୁ ଅଭିଯୁକ୍ତ ଚନ୍ଦନ ‌ଔଷଧ ଦେଇ ତାଙ୍କର ଦୁଇ ଥର ଗର୍ଭ ନଷ୍ଟ କରିବା ସହ ପାଟପୁର ଥାନା ଅଞ୍ଚଳର ଅନ୍ୟ ଜଣେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ଗଢିବା ଆରମ୍ଭ କରିଥିଲେ। ଏପରିକି ପ୍ରମିଳାଙ୍କ ସୁନା ଅଳଙ୍କାର ଓ ଲକ୍ଷାଧିକ ଟଙ୍କା ସେହି ମହିଳାଙ୍କୁ ଦେଇ ଦେଇଥିଲେ।ସେହି ରକ୍ଷିତା ସ୍ତ୍ରୀ ଙ୍କ ଠାରୁ ଗୋଟିଏ ଶିଶୁ ଜନ୍ମ ହେବା ପରେ ପ୍ରମିଳାଙ୍କ ଉପରେ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ବଢ଼ି ଯାଇଥିଲା। ପୁଣି ଦୁଇ ଲକ୍ଷ ଟଙ୍କା ଦାବୀ କରି ଚନ୍ଦନ ତାଙ୍କ ସ୍ତ୍ରୀ ପ୍ରମିଳା ଙ୍କୁ ଲୁହା ରଡରେ ନିସ୍ତୁକ ମାଡ଼ ମାରିବା ସହ ଗତ ଗୁରୁବାର ରାତିରେ ଗଳାଚିପି ହତ୍ୟା ଉଦ୍ୟମ କରିଥିଲେ। ରକ୍ଷିତା ସ୍ତ୍ରୀ ର କଥାରେ ପ୍ରଭାବିତ ହୋଇ ଚନ୍ଦନ ଏଭଳି ଅପରାଧ କରୁଥିବା ପ୍ରମିଳା ପୁଲିସ ନିକଟରେ ଅଭିଯୋଗ କରିଛନ୍ତି।ଚନ୍ଦନ ଦିଗପହଣ୍ଡି ଅଞ୍ଚଳର ଅନେକ ବ୍ୟକ୍ତି ଙ୍କୁ ପ୍ଲଟ ବିକ୍ରି କରିବାର ପ୍ରତିଶ୍ରୁତି ଦେଇ ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ