ୱାଟର ହିଟର ସଂସ୍ପର୍ଶରେ ଆସି ମହଳା ମୃତ

ହାଟଡିହି (ଓ୍ବାଇଏନଏସ):  ଓ୍ବାଟର ହିଟରରୁ କରେଣ୍ଟ ଲାଗି ମହିଳା ମୃତ । ମୃତକ ହେଲେ  ଉପଖଣ୍ଡ ହାଟଡିହି ବ୍ଲକ୍ ନନ୍ଦିପଦା ଗାଁ ର ମନ୍ଦାକିନୀ ରାଉଳ । ଆଜି କାର୍ତ୍ତିକ ପୂର୍ଣ୍ଣିମା ପାଇଁ ମନ୍ଦାକିନୀ ଭୋର ସମୟରୁ ଉଠି ଗରମପାଣିରେ  ଗାଧୋଇବା ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ଏହି ଅଘଟଣ ଘଟିଛି । ଘରେ ଥିବା ଓ୍ବାଟର ହିଟରକୁ ପାଣି ବାଲଟିରେ  ରଖି  ଗରମ କରୁଥିବା ସମୟରେ ହଠାତ୍ ଗୋଡ ଖସିଯିବାରୁ  ମନ୍ଦାକିନୀ ପାଣି ବାଲଟିଉପରେ ପଡିଯାଇଥିଲେ । ଫଳରେ ଓ୍ବାଟର ହିଟରଟି ତାଙ୍କ ଶରୀର ସଂସ୍ପର୍ଶ ଆସିଯିବାରୁ ବିଦ୍ଯୁତ୍ ଆଘାତ ଲାଗି ସେଠାରେ ସେ ଗୁୁତୁତର ହୋଇଥିଲେ । ପରିବାର ଲୋକେ ତାଙ୍କୁ ତୁରନ୍ତ ତାଙ୍କୁ ନେଇ ଆନନ୍ଦପୁର ମେଡିକାଲ ରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଖବରପାଇ ନନ୍ଦିପଦା ପୋଲିସ୍ ପହଁଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି  ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ