ସ୍ବାମୀଙ୍କ ଦ୍ଵିତୀୟ ବିବାହ :ପ୍ରତିବାଦ କରିବାରୁ ପ୍ରଥମ ସ୍ତ୍ରୀଙ୍କୁ ଆକ୍ରମଣ
ଦିଗପହଣ୍ଡି, (ଅଳକ ନାଥ ମିଶ୍ର) ଦିଗପହଣ୍ଡି ଥାନା ମହୁଡ଼ା ଚାଞ୍ଚଡାପଲ୍ଲୀ ଗ୍ରାମର ଉପେନ୍ଦ୍ର ଗୌଡ଼ ତାଙ୍କ ପ୍ରଥମ ସ୍ତ୍ରୀ ଦ୍ରୌପଦୀ ଗୌଡ଼ ଙ୍କୁ ଛାଡପତ୍ର ନଦେଇ ଦ୍ଵିତୀୟ ବିବାହ କରିଥିବା ଅଭିଯୋଗ ହୋଇଛି।ପ୍ରତିବାଦ କରିବାରୁ ସ୍ବାମୀ ଉପେନ୍ଦ୍ର ଏବଂ ତାଙ୍କ ପରିବାର ଲୋକେ ଦ୍ରୌପଦୀ ଙ୍କୁ ସଂଘବଦ୍ଧ ଆକ୍ରମଣ କରିଛନ୍ତି। ଉପେନ୍ଦ୍ର ଗତ ପ୍ରାୟ ୧୨ ବର୍ଷ ପୂର୍ବେ ଦ୍ରୌପଦୀ ଙ୍କୁ ବିବାହ କରିଥିଲେ।ଉଭୟଙ୍କ ଔରସ ରୁ ଗୋଟିଏ ପୁଅ ଏବଂ ଝିଅ ଅଛନ୍ତି। ଉପେନ୍ଦ୍ର ପୁଣି କୁକୁଡ଼ାଖଣ୍ଡି ବ୍ଲକ ବାଘଲଟି ଗ୍ରାମର ଅନ୍ୟ ଏକ ଝିଅ କୁ ଦ୍ଵିତୀୟ ବିବାହ କରି ଘରକୁ ଆଣି ରଖିଥିବା ଅଭିଯୋଗ ହୋଇଛି। ଏନେଇ ଦ୍ରୌପଦୀ ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ମାମଲା ନଂ.୧୯୬/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି। ଗତ ବୁଧବାର ଅପରାହ୍ନ ପ୍ରାୟ ୨ ଟାରେ ସ୍ବାମୀ ଉପେନ୍ଦ୍ର ,ଶାଶୁ ଯମୁନା ଗୌଡ଼,ନଣନ୍ଦ ସାବିତ୍ରୀ ଗୌଡ଼ ଏବଂ ସୁନାଲି ଗୌଡ଼ ତାଙ୍କୁ ବିବିଧ ମାଡ଼ ମାରି ଅସଦାଚରଣ କରିବା ସହ ବେକରୁ ମଙ୍ଗଳସୂତ୍ର ଛଡାଇ ନେଇଥିବା ଏତଲାରେ ଉଲ୍ଲେଖ ରହିଛି।