ବୁଗୁଡାରେ ଆଇସିଡିଏସ ପକ୍ଷରୁ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ
ବୁଗୁଡା, (ଅନୀଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଆଇସିଡିଏସ ପକ୍ଷରୁ ସିଡିପିଓ ବବିତା କୁମାରୀ ପଣ୍ଡାଙ୍କ ତତ୍ତ୍ୱାବଧାନରେ ବିଭାଗର କାର୍ଯ୍ୟାଳୟ ପରିସରରେ ୦୯/୦୧/୨୬ ତାରିଖ ଦିନ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବୁଗୁଡା ବିଡିଓ ଦୁତିକୃଷ୍ଣ ପାତ୍ର, ଏବିଡିଓ ଧର୍ମରାଜ ପରିଡା ଓ ଅଧିବକ୍ତା ଶ୍ରୀ ଜେନା ଯୋଗଦେଇ ଝିଅମାନଙ୍କ ବିଭିନ୍ନ ଅଧିକାର ବିଷୟରେ ଓ ସରକାରୀ ଯୋଜନା ବିଷୟରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ବାଳିକା ଛାତ୍ରୀ ବୃନ୍ଦ, ସୁପ୍ରଭାଇଜର ବୃନ୍ଦ ଓ ଅଙ୍ଗନୱାଡି କର୍ମୀ ବୃନ୍ଦ ଯୋଗଦେଇଥିଲେ। ଉତ୍ତମ ତିନିଜଣ ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।


