ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କ ଚିହ୍ନଟିକରଣ ଓ ଡାକ୍ତରୀ ପରୀକ୍ଷା
ଛତ୍ରପୁର, (ଓ୍ବାଇଏନଏସ): ଜାତୀୟ ଶିକ୍ଷା ନୀତି ୨୦୨୦ ର ପଞ୍ଚମ ବାର୍ଷିକ ପୂର୍ତି ଅବସରରେ ସମଗ୍ର ଦେଶରେ ଅଖିଳ ଭାରତୀୟ ଶିକ୍ଷା ସମାଗମ, କାର୍ଯ୍ୟକ୍ରମ ଉତ୍ସବ ପାଳିତ ହେଉଛି । ଉକ୍ତ ଉତ୍ସବ ଅବସରରେ ଆଜି ଗଞ୍ଜାମ ଜିଲ୍ଲା ସମଗ୍ର ଶିକ୍ଷାର ଅନ୍ତର୍ନିବେଶି ଶିକ୍ଷା ବିଭାଗରେ ରେ ଭିନ୍ନକ୍ଷମ ଶିକ୍ଷାର୍ଥୀଙ୍କ ନିମନ୍ତେ ଚିହ୍ନଟି କରଣ ଓ ଡାକ୍ତରୀ ପରୀକ୍ଷା ଶିବିର ଛତ୍ରପୁର ସ୍ଥିତ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି , ଏହି କାର୍ଯ୍ୟକ୍ରମ ଜିଲ୍ଲାର ସମସ୍ତ ୨୨ ଗୋଟି ବ୍ଳକରେ ଅନୁଷ୍ଠିତ ହେବ ଏବଂ ଆସନ୍ତା ଅଗଷ୍ଟ ୨୬ ତାରିଖ ପର୍ଯ୍ୟନ୍ତ ଚାଲୁରହିବ । ଆଜିର କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଅଜୟ କୁମ କୁମାର ପାତ୍ର, ଅତିରିକ୍ତ ଶିକ୍ଷାଧିକାରୀ ଏସ. ଧନଞ୍ଜୟ ଓ ସମଗ୍ର ଶିକ୍ଷାର ସମସ୍ତ ସଂଯୋଜକଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ବଳନ ହୋଇ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । ଛତ୍ରପୁର ବ୍ଲକର ୧୨୫ ଜଣ ବିଭିନ୍ନ ପ୍ରକାରର ଦିବ୍ୟାଙ୍ଗ ଶିକ୍ଷାର୍ଥୀ ଓ ଅଭିଭାବକ ମାନେ ଶିବିରରେ ଉପସ୍ଥିତ ହୋଇ ଡାକ୍ତର କ୍ତରୀ ପରୀକ୍ଷା କରାଇ ଥିଲେ । ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କର ଡାକ୍ତରୀ ପରୀକ୍ଷଣ ପାଇଁ ଭୁବନେଶ୍ବର ସ୍ଥିତ ଜାତୀୟ ସ୍ତରୀୟ ଏ ଏଲ ଆଇ ଏମ ସି ଓ ସଂସ୍ଥାର ଡା. ମନୋରଞ୍ଜନ ଓଝା, ଡା. ବେଦ ପ୍ରକାଶ, ସାଇଟସେଭର୍ସ ଇଣ୍ଡିଆର ସହୋଯୋଗୀ ଚିକିତ୍ସାଳୟ, ଶଙ୍କର ଚକ୍ଷୁ ଚିକିତ୍ସାଳୟର ଶୁଭମ ପାଣିଗ୍ରାହୀ, ହାରୁଶନ ଭି, ଉପସ୍ଥିତ ରହି ଦିବ୍ୟାଙ୍ଗ ଶିକ୍ଷାର୍ଥୀ ମାନଙ୍କ ଯଥା ଚଳନ ବାଧିତ, ଦ୍ରୁଷ୍ଟି ବାଧିତ, ଶ୍ରବଣ ବାଧିତ, ମସ୍ତିସ୍କ ପକ୍ଷାଘାତ ଓ ଅନ୍ୟାନ୍ୟ ବାଧିତ ପରୀକ୍ଷା କରାଯାଇଛି । ପରବର୍ତୀ ସମୟରେ ସମସ୍ତ ଦିବ୍ୟାଙ୍ଗ ଶିକ୍ଷାର୍ଥୀ ମାନଙ୍କୁ ବିଭିନ୍ନ ପ୍ରକାର ଆବଶ୍ୟକୀୟ ସହାୟକ ଉପକରଣ ଯୋଗାଇ ଦିଆଯିବ । ଉକ୍ତ କାର୍ଯ୍ୟକ୍ରମକୁ ଅନ୍ତର୍ନିବେଶି ଶିକ୍ଷା ବିଭାଗର ସଂଯୋଜକ ତପନ କୁମାର ସାହୁ ପରିଚାଳନା କଲା ବେଳେ କାର୍ଯ୍ୟାଳୟର ଅନ୍ୟାନ୍ୟ ଅଧିକାରୀ ଯଥା ମଧୁସୂଦନ ପରିଡା, ମନୋଜ କୁମାର ବେହେରା, ଜ୍ୟୋତିରଞ୍ଜନ ରଥ, ସାବିତ୍ରୀବାଳା ଦାସ, ଡ଼.ସରୋଜ ମୋହନ ପାଳ, ପ୍ରଦୀପ କୁମାର ଖଟେଇ, ଡ଼. ସନ୍ତୋଷ କୁମାର ପଣ୍ଡା,ଏମ. ଡମ୍ବରୁ ଦୋରା, ବିଜୟ କୁମାର ବେହେରା, ଦୀପାଞ୍ଜଳି ମହାନ୍ତି, ଅଶ୍ୱିନୀ ପାଇକରାୟ, ଅଜୟ କୁମାର ସାହୁ, ହେମନ୍ତ ନନ୍ଦ, ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ସୁଜିତ କୁମାର ପାଢୀ ଓ ଅତିରିକ୍ତ ଶିକ୍ଷାକାରିଣୀ ସଞ୍ଜୁକ୍ତା ରଥ, ସାଇଟସେଭର୍ସ ଇଣ୍ଡିଆର ଜିଲ୍ଲା ଜିଲ୍ଲା ସଂଯୋଜକ ସନ୍ତୋଷ କୁମାର ବେହେରା ଉପସ୍ଥିତ ର ଶିକ୍ଷାର୍ଥୀ ମାନଙ୍କୁ ଉତ୍ସାହିତ କରିବା ସହ କାର୍ଯ୍ୟକ୍ରମ କ୍ରମରେ ସହଯୋଗ କରିଥିଲେ ।