HIV/AIDS ସଚେତନତା କାର୍ଯ୍ୟକ୍ରମରେ IEC ଅଭିଯାନକୁ ଗୁରୁତ୍ୱ
ପୋଲସରା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା (ଏନଏସଏସ) ପୁରୁଷ ବିଭାଗ ପକ୍ଷରୁ ସେପ୍ଟେମ୍ବର ୨୬ ତାରିଖ ଦିନ “Intensified IEC Campaign on HIV/AIDS Awareness Programme” ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧକ୍ଷ ଡକ୍ଟର ଦିଲ୍ଲୀପ କୁମାର ନାୟକ ଉଦଘାଟନ କରିଥିଲେ। ସାଧନା କର୍ମୀ ଭାବେ ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ICTC କାଉନସିଲ୍ ମନୋଜ କୁମାର ଜେନା ଓ ବରିଷ୍ଠ ଟିବି ସୁପରଭାଇଜର ମନୋଜ କୁମାର ବିଷୋୟୀ ଯୋଗଦେଇ HIV/AIDS ଓ ଯକ୍ଷ୍ମା ରୋଗ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥଲେ। ଜାତିୟ ସେବା ଯୋଜନା, ପୁରୁଷ ବିଭାଗର ପ୍ରୋଗ୍ରାମ ଅଫିସର୍ ସେକ୍ ଫରିଦ୍ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଜାତିୟ ସେବା ଯୋଜନାର କଲେଜ ଉପଦେଷ୍ଟା କମିଟିର ସଦସ୍ୟ ପ୍ରାଧ୍ୟାପକ ରୁଦ୍ର ପ୍ରସାଦ ଗୌଡ଼ ଓ ଅଧ୍ୟାପକ ଅନିଲ କୁମାର ଦାସ ଅତିଥି ଭାବେ ଯୋଗଦେଇଥିଲେ। ଶେଷରେ ଅଧ୍ୟାପକ ଅନିଲ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଡାଟା ଏଣ୍ଟ୍ରି ଅପରେଟର ପ୍ରଭାକର ସାହୁ ଓ ଦୀପକ ରଂଜନ ଜେନା ପ୍ରଭୃତି ସହଯୋଗ କରିଥିଲେ।