ବେଆଇନ ଗୋରୁ ଚାଲାଣ: ୭ ଗୋରୁ ଉଦ୍ଧାର, ଚାରି ଅଟକ

ହାଟଡିହି (ଓ୍ବାଇଏନଏସ):  ଗତ ମାସରେ କେନ୍ଦୁଝର ପୋଲିସ କେନ୍ଦୁଝର ସମେତ ଚାରୋଟି ଜିଲ୍ଲାରେ ଚଢ଼ାଉ କରି ଗୋ ମାଫିଆଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଆଶା କରାଯାଉଥିଲା ଯେ ଗୋ ଚାଲାଣରେ ନିଶ୍ଚିତ ଭାବେ ରୋକ ଲାଗିବ। ମାତ୍ର ଆଜି ବି ଗୋ ଚାଲାଣ ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇବାରେ ପୋଲିସ ବିଫଳ ହୋଇଛି। ଯାହା ଶୁକ୍ରବାର ରାତିର ଚଢ଼ାଉ ପରେ ସ୍ପଷ୍ଟ ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଗତ ରାତିରେ ନନ୍ଦିପଦା ଥାନା ଏସ ଆଇ ସୋଲିନା ନାୟକ ରାତି ପେଟ୍ରୋଲିଂ କରୁଥିବା ସମୟ ରେ ଖବର ପାଇଲେ ଯେ ଗୋଟିଏ ପିକଅପ୍ ଭ୍ୟାନ୍ ଯାହା ଦ୍ଵାରା  ଅବେଧ୍ୟ ଗୋରୁ ପରିବହନ କରାଯାଉଛି । ପୋଲିସ ପହଞ୍ଚି ପିକଅପ୍ ଭ୍ୟାନ୍ ଟିକୁ ଜବଦ କରିବା ପରେ ୭ଟି ଗୋରୁ ଥିବା ଜଣାପଡିଥିଲା। ଏହି ଘଟଣାରେ ମୋଟ ୪ ଜଣ ବ୍ୟକ୍ତିଙ୍କୁ ଅଟକ କରାଯାଇଛି।  ସେମାନଙ୍କ ମଧ୍ୟରୁ ୨ ଜଣ ମୟୂରଭଞ୍ଜ ଜିଲ୍ଲା କପ୍ତିପଡ଼ା ଅଞ୍ଚଳର ଗାଡି ଚାଳକ ରାମଚନ୍ଦ୍ର ମହାନ୍ତ  ଓ ସହାୟକ ବିଦେଶୀ ବେହେରା । ଅନ୍ୟ ୨ ଜଣ ହେଉଛନ୍ତି ଜଳକଳଙ୍ଗ ଗ୍ରାମର ଜଗଦିଶ ମଲ୍ଲିକ ଓ ଦେବେନ୍ଦ୍ର ମଲ୍ଲିକ।  ଉଦ୍ଧାର କରାଯାଇଥିବା ଗୋରୁ ଗୁଡ଼ିକୁ ଆଗାମୀ ଆଇନଗତ ପଦକ୍ଷେପ ପାଇଁ ଥାନାରେ ରଖାଯାଇଛି । ପୋଲିସ ପିକଅପ ଭ୍ୟାନକୁ ଜବଦ କରିବା ସହିତ ତଦନ୍ତକାରି ଅଧିକାରୀ ବିନିତା ଲାକ୍ରା ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇ ଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ