ପୁଣି ପୋଡ଼ଗଲା ୨ କୋଟିରୁ ଉର୍ଦ୍ଧ ଟଙ୍କାର ବେଆଇନ ଗଞ୍ଜେଇ ଚାଷ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାପାଳ ମଧୁମିତା ଓ ଜିଲ୍ଲା ଏସ୍ପି ଯତୀନ୍ଦ୍ର ପଣ୍ଡାଙ୍କ ନିର୍ଦେଶକ୍ରମେ ଗଜପତି ଜିଲ୍ଲାରେ ବେଆଇନ ଗଞ୍ଜେଇ ଚାଷ ଓ ଗଞ୍ଜେଇର ଚୋରା କାରବାରକୁ ସମ୍ପୂର୍ଣ ଭାବେ ବିଲୋପ କରିବା ପାଇଁ ସମଗ୍ର ଗଜପତି ଜିଲ୍ଲାରେ ପୋଲିସ, ଅବକାରୀ, ରାଜସ୍ୱ ଓ ବନବିଭାଗ ତରଫରୁ ବହୁ ପଦକ୍ଷେପ ଓ ଚଢ଼ଉ ଜାରି ରହିଛି. ଏହି କ୍ରମରେ ଗଜପତି ଜିଲ୍ଲାର ଅଡ଼ବା ଥାନା ତୁମାଙ୍ଗପଦର ଗାଁ ନିକଟରେ ଥିବା ବଣ ପାହାଡ଼ ଘେରା ଜଙ୍ଗଲ ଜମିରେ ବେଆଇନ ଭାବେ ଚୋରାରେ ଗଞ୍ଜେଇ ଚାଷ କରାଯାଉଥିବା ଖବର ଅନୁଯାୟୀ ପୁଲିସ, ଅବକାରୀ, ରାଜସ୍ୱ ଓ ବନ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ୨କୋଟି ଟଙ୍କାର ଗଞ୍ଜେଇ ଗଛକୁ କାଟି ନିଆଁ ଲଗାଇ ପୋଡି ନଷ୍ଟ କରିଦିଆଯାଇଛି। ପ୍ରାୟ ୧୦ ଏକର ପରିମିତ ଜମିରେ ଳଗାଯାଇଥିବା ବେଆଇନ ଗଞ୍ଜେଇ ଗଛକୁ କାଟି ଦେବା ପରେ ପୋଡ଼ି ନଷ୍ଟ କରାଯାଇଥିଲା। ନଷ୍ଟ କରାଯାଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୨କୋଟି ଟଙ୍କା ହେବ ବୋଲି ଅଡ଼ବା ଥାନାଧିକାରୀ ଶୁଭ୍ରାନ୍ତ ପଣ୍ଡା ଓ ଅବକାରୀ ଅଧିକାରୀ ଦଣ୍ଡ ଶବର ସୂଚନା ଦେଇଛନ୍ତି।


