ବେଆଇନ ଗଞ୍ଜେଇ ଚୋରାଚାଲାଣ: ୨ ଗିରଫ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ବୁଧବାର ବ୍ରହ୍ମପୁର ଅବକାରୀ ଅଧିକ୍ଷକ ପ୍ରବୀଣ କୁମାର ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗ ପକ୍ଷରୁ ଦିଗପହଣ୍ଡି – ବ୍ରହ୍ମପୁର ରାସ୍ତାର ଗଣିଆନାଳ ଛକ ନିକଟରେ ବେଆଇନ ଭାବେ ଗଞ୍ଜେଇ ଚୋରାଚାଲାଣ ବେଳେ ଅତର୍କିତ ଚଢାଉ କରାଯାଇଥିଲା । ଏହି ଚଢ଼ାଉ ସମୟରେ ଅବକାରୀ କର୍ମଚାରୀ ମାନେ ଗଜପତି ଜିଲ୍ଲା ମୋହନା ଥାନା ଅଧିନସ୍ଥ ରାଇପୁର ଗ୍ରାମର ରୁନା ବର୍ଦ୍ଧାନ (୨୮) ଏବଂ ସୁନିହମ୍ ଲିମା (୨୩) ନାମକ ଦୁଇ ଯୁବକକୁ ଗିରଫ କରିଥିବା ଜଣାପଡ଼ିଛି । ଖବରପ୍ରକାରେ , ବିଶେଷ ସୁତ୍ରରୁ ଖବରପାଇ ଚିକିଟି ଅବକାରୀ ରେଞ୍ଜ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡାଙ୍କ ନେତୃତ୍ୱରେ ଅବକାରୀ ଟିମ୍ ଗଜପତିରୁ ବ୍ରହ୍ମପୁର ଅଭିମୁଖେ ବେଆଇନ ଭାବେ ଚୋରାଚାଲାଣ ହେଉଥିବା ସ୍କୁଟି ( ଓଡି ୨୦ ସି ୪୯୭୬) ର ପିଛା କରି ଗଣିଆନାଳ ଛକରେ ଅଟକାଇଥିଲେ । ତେବେ ଅନୁସନ୍ଧାନ ପରେ ସେଥିରେ ୭ କିଲୋ ୧୦୦ ଗ୍ରାମ ଗଞ୍ଜେଇ ଥିବା ଜଣାପଡିଛି । ଘଟଣାସ୍ଥଳରୁ ଉଭୟ ଯୁବକଙ୍କୁ ଗିରଫ କରାଯାଇଥିଲା । ଏହାପରେ ଅବକାରୀ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଦୟଙ୍କୁ ଜିଲ୍ଲା ଦୌରା ଜଜ କୋର୍ଟ କୁ ଚାଲାଣ କରାଯାଇଥିଲା । ସେଠାରେ ଉଭୟଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବ୍ରହ୍ମପୁର କାରାଗାରକୁ ପଠାଇଦିଆଯାଇଛି। । ଏହି ଗଞ୍ଜେଇ ଜବତ ସମୟରେ ଅବକାରୀ କର୍ମଚାରୀ ସାହେବ ଶବର , ପ୍ରଫୁଲ୍ଲ କୁମାର ବେହେରା , ନିର ବେହେରା , ରାଜେଶ ଜେନା , ସେକ୍ ରାଜେଶ ଉଦ୍ଦିନ ପ୍ରମୁଖ ଉପସ୍ଥିତ ଥିଲେ ।