ବେଆଇନ ବାଲି ଓ ଚିପ୍ସ ବୋଝଇ ହାଇୱା ଜବତ
କୋରାପୁଟ/ଲକ୍ଷ୍ମୀପୁର, (ହେମନ୍ତ ପାଣିଗ୍ରାହୀ) : ଇକୋରାପୁଟ ଓ ରାୟଗଡା ଜିଲ୍ଲା ସୀମାନ୍ତ ରେ ଥିବା ମଣ୍ଡଳ ଗୁଡା ଛକ ରେ ରୟାଲଟି ଫାଙ୍କି ବାଲି ଚାଲାଣ ହଉଥିବା ବେଳେ ୬ ଟି ହାଇୱା ଗାଡି କୁ ଜବତ କରାଯାଇଛି।ଦୀର୍ଘ ଦିନ ପରେ ଖଣି ବିଭାଗ ର ଏହି ତପ୍ତରତା ଦେଖିବା କୁ ମିଳିଛି….. ଗତକାଲି ବିଳ ମ୍ବିତ ରାତ୍ରରେ ଲକ୍ଷ୍ମୀପୁର ପୋଲିସ ଓ ଖଣି ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ଛୁପି ରହି ମଣ୍ଡଳଗୁଡା ଗାଁ ନିକଟରେ ଜଗି ରହିଥିଲେ ।ବାଲି ବୋଝେଇ ହାଇୱା ଗୁଡିକ ରାୟଗଡା ଜିଲ୍ଲା ଜମା ଦେଇପେଣ୍ଠ ନିକଟସ୍ଥ ହାମସା ନଦୀରୁ ବାଲି ଲୋଡ଼ ଧରି ଟିକିରି ନିକଟସ୍ଥ କଂସାରୀ ଗୁଡା କାରଖାନାକୁ ଯାଉଥିବା ବେଳେ ଉଭୟ ପୋଲିସ ଓ ଖଣି ବିଭାଗ ମାଡି ବସିଥିଲା, ଘଟଣା ସ୍ଥଳରେ ଭେଲିଡ଼ ଥିବା ରୟାଲିଟି ପେପର ଡ୍ରାଇଭର ମାନେ ଦେଖାଇ ନପାରିବାରୁ ଲକ୍ଷ୍ମୀପୁର ଥାନାକୁ ଅଣାଯାଇ ଖଣି ବିଭାଗକୁ ହସ୍ତାନ୍ତର କରାଯାଇଥିବା ଆଇଆଇସି ସୁଜ୍ଞାନୀ ସାହୁ ପ୍ରକାଶ କରିଛନ୍ତି,। ସେଠାରୁ ଫେରି ଲକ୍ଷ୍ମୀପୁର ନିକଟସ୍ଥ ଦୋଳିଆମ୍ବା ଗାଁ ନିକଟରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ପୁଣି ସେମିଲିଗୁଡା ଅଞ୍ଚଳରୁ ନାରାୟଣ ପାଟଣାକୁ ଯାଉଥିବା ୯ଟି ହାଇୱା ଗାଡି ଗୁଡିକକୁ ଯାଞ୍ଚ କରାଯାଇଥିଲା, ଯାଞ୍ଚ ସମୟରେ ସମସ୍ତ ୯ଟି ଗାଡିର କାଗଜ ପତ୍ର ଠିକ ନଥିବାରୁ ସେହି ଗାଡି ଗୁଡିକକୁ ମଧ୍ୟ ଜବତ କରାଯାଇଛି। ଲକ୍ଷ୍ମୀପୁର ପୋଲିସ ଓ ଖଣି ବିଭାଗ ଅଧିକାରୀଙ୍କ ଏହି ମିଳିତ ଚଢ଼ାଉରେ ବେଆଇନ ଭାବେ ୬ଟି ବାଲି ବୋଝଇ ଓ ୯ଟି ଚିପ୍ସ ବୋଝଇ ଗାଡି ଜବତ କରି ଥାନା ସମ୍ମୁଖରେ ଆଣି ରଖାଯାଇଛି। ବାଲି ଓ ଚିପ୍ସ ଧରପଗଡ଼ ଦାୟିତ୍ୱ ବର୍ତ୍ତମାନ ତହସିଲ ବିଭାଗ ଠାରୁ ନିଆଯାଇ ଖଣି ବିଭାଗକୁ ଦାୟିତ୍ୱ ଦିଆ ଯାଇଥିବା ବେଳେ ଏଠାକାର ଖଣି ବିଭାଗ ଅଧିକାରୀ ତାଙ୍କ ଇଛା ମୁତାବକ ମଝିରେ ମଝିରେ ଚଢ଼ାଉ କରିଥାନ୍ତି।ରାୟଗଡା ଓ ଟିକିରି ଜିଲ୍ଲା ସୀମାନ୍ତ ରେ ଏକ ବିରାଟ କାରଖାନା ସ୍ଥାପନା ହେବାକୁ ଯାଉଥିବା ବେଳେ ପ୍ରତ୍ୟକ ଦିନ ଶହ ଶହ ଗାଡି ବାଲି ଓ ଚିପ୍ସ ଯୋଗାଣ ହୋଇଥାଏ।ଏହି ବାଲି ଓ ଚିପ୍ସ ଯୋଗାଣ ରେ କିଛି ଗାଡି ମାଲିକ ସ୍ୱଛତା ଅବଲମ୍ବନ କରୁଥିବା ବେଳେ କିଛି ଗାଡି ମାଲିକ ବେଆଇନ ଭାବେ ବାଲି ଓ ଚିପ୍ସ ରାତାରାତି ଚାଲାଣ କରିଥାନ୍ତି।ଏହି ଚୋରା ଚାଲାଣରେ କିଛି ଅସାଧୁ କର୍ମଚାରୀଙ୍କ ହାତ ରହିଥିବା ସାଧାରଣରେ ଚର୍ଚ୍ଚା ଧରିଛି । ରାୟଗଡା ଓ କୋରାପୁଟ ଜିଲ୍ଲାର ସୀମାନ୍ତ ଅଞ୍ଚଳରୁ ନିତିଦିନ ବେଆଇନ ଭାବେ ବାଲି, ଚିପ୍ସ ଓ ମେଟାଲ ପରିବହନ ହଉଥିବା ବେଳେ ଖଣି ବିଭାଗ ର ନିଷ୍କ୍ରିୟତା ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ଚଢ଼ାଉରେ ସ୍ଥାନୀୟ ଏସଡ଼ିପିଓ ମନୋଜ ବେହେରା, ଆଇଆଇସି ସୁଜ୍ଞାନୀ ସାହୁ, ଖଣି ଅଧିକାରୀ ମହେନ୍ଦ୍ର ବେହେରା ଙ୍କ ସମେତ ପୋଲିସ ଉପସ୍ଥିତ ରହିଥିଲେ।


