ବେଆଇନ ବାଲି ବୋଝେଇ ହାଇୱା ଜବତ

ହାଟଡିହି (ଓ୍ବାଇଏନଏସ): ପ୍ରଶାସନ ବେ ଆଇନ ବାଲି ଉତ୍ତୋଳନ ଓ ପରିବହନ ଉପରେ ରୋକ ଲଗାଇବାକୁ ଯେତେ ଚେଷ୍ଟା କରୁଥିଲେ ବି ସଫଳ ହୋଇ ପାରୁନି। ବାରମ୍ବାର ରାସ୍ତା ଘାଟରେ ବେଆଇନ ବାଲି ବୋଝେଇ ଗାଡି ଜବଦ କରୁଥିଲେ ବି ସେସବୁ ସାମୟିକ ପାଇଁ ବନ୍ଦ ହେଉଛି ସିନା ସମ୍ପୂର୍ଣ୍ଣ ରୋକ ଲଗାଇବାରେ ବିଫଳ ହେଉଛି। ଗତ ୧୯ ତାରିଖ ଦିନ ଭଦ୍ରକ ଜିଲ୍ଲା ବନ୍ତ ପୋଲିସ ୨୦ହାଇୱା ଜବଦ ଜବଦ କରିବା ଘଟଣା କେନ୍ଦୁଝର ପୋଲିସ ଓ ଖଣିବିଭାଗର ଅସଲ ମୁଖା ଖୋଲି ଦେଇଥିଲା। ବିଶେଷ କରି ବୈତରଣୀ ନଦୀରୁ ବାଲି ଉତ୍ତୋଳନ ହେଉଥିବା ବେଳେ ଅଧିକାଂଶ ଟ୍ରକ ବିନା ପରମିଟରେ ବାଲି ପରିବହନ କରୁଛନ୍ତି। ସେହିପରି ବେଆଇନ ଭାବେ ମେସିନ ସାହାଯ୍ୟରେ ବାଲି ଉତ୍ତୋଳନ କରାଯାଉଛି। ଯାହାଦ୍ୱାରା ସରକାର ବିପୁଳ ପରିମାଣର ରାଜସ୍ବ ହରାଉଛନ୍ତି। ବାରମ୍ବାର ଅଭିଯୋଗ ପରେ ଖଣି ବିଭାଗର ଅଧିକାରୀ ମାନେ ସେମାନଙ୍କ କର୍ତ୍ତବ୍ୟ ଠିକ ଭାବେ ନିର୍ବାହ କରୁ ନାହାନ୍ତି। ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ଥାନା ସମ୍ମୁଖ ଦେଇ ଗାଡି ଗୁଡିକ ଯାଉଥିବା ବେଳେ ପୁଲିସ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନି। ଗତ କିଛିଦିନ ପୂର୍ବେ ଅଣା ସମଣା ରାସ୍ତାରେ ପୋଲିସ ପକ୍ଷରୁ କୋଡିଏରୁ ଉର୍ଦ୍ଧ ବାଲି ବୋଝେଇ ଗାଡି ଜବଦ କରିଥିବା ବେଳେ ଗତକାଲି ନନ୍ଦିପଦା ପୋଲିସ ରମ୍ପାସ ନିକଟରୁ ୪ଟି ଗାଡି ଜବଦ କରିବାରେ ସଫଳ ହୋଇଛି।  କିନ୍ତୁ ବେଆଇନି ବାଲି ପରିବହନ ବନ୍ଦ କରିବା ଦିଗରେ ସ୍ଥାୟୀ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ