ସରାସିଙ୍ଗା ଗ୍ରାମ୍ୟ ହୁଡିରୁ ବେଆଇନ ପଥର ଚାଲାଣ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଝୁମ୍ପୁରା ବ୍ଲକ ଟୁକୁଡିହା ପଞ୍ଚାୟତ ର ସରାସିଙ୍ଗା ଗ୍ରାମ୍ୟ ହୁଡିରୁ ବେଆଇନ ପଥର ପିଟା ହୋଇ ବାହାରକୁ ଚାଲାଣ କରାଯାଇଛି ବୋଲି ଅଭିଯୋଗ ହୋଇଛି। ବର୍ତ୍ତମାନ ଯେଉଁ ହୁଣ୍ଡିରେ ବେଆଇନ ଭାବରେ ପଥର ପିଟା ହେଉଛି ସେହି ହୁଡିରେ ବିଭିନ୍ନ ପ୍ରଜାତିର ଗଛ ରହିଛି ହୁଡିର ପଥର ପିଟା ହେବା ସମୟରେ ଅନେକ ଛୋଟ ଗଛ ନଷ୍ଟ ହେବା ସହିତ ପଥରକୁ ମାଟି ଖୋଳି ବାହାର କରୁ ଥିବାରୁ ହୁଡିର ରେ ରହିଥିବା ବଡ ବଡ ଗଛ ଗୁଡିକୁ ର ଚେର ଛିଡିବା ସହିତ ଗଛ ଗୁଡ଼ିକ ପଡି ଯାଉଥିବା ଦେଖିବାକୁ ମିଳିଛି। ସରକାର ଲକ୍ଷ ଲକ୍ଷ ଟଙ୍କା ଚାରା ରୋପଣ କରିବାରେ ଖର୍ଚ୍ଚ କରୁଛନ୍ତି। କିନ୍ତୁ ପ୍ରକୃତି ଦେଇଥିବା ମୂଲ୍ୟବାନ ଗଛ ଗୁଡ଼ିକୁ ବେଆଇନ ପଥର ଖନନ କରୁଥିବା ବ୍ୟକ୍ତି ମାନେ ନଷ୍ଟ କରି ଚାଲିଛନ୍ତି। ପଥର ହୁଡି ପାହାଡ଼ ଗୁଡ଼ିକରୁ ବେଆଇନ ଭାବେ ପଥର ଚାଲାକୁ ରୋକିବା ପାଇଁ ଲଘୁ ଖଣି ଅଧିକାରୀ ମାନଙ୍କୁ ସରକାର ନିଯୁକ୍ତି କରିଥିଲେ ମଧ୍ୟ ସଂପୃକ୍ତ ଅଧିକାରୀ ମାନେ ବେଆଇନ ପଥର ଚାଲାଣ କରୁଥିବା ବ୍ୟବସାୟୀ ମାନଙ୍କ ବିରୋଧ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବାରୁ ଆଜି ସରାସିଙ୍ଗା ହୁଡି ଠାରୁ ଆରମ୍ଭ କରି ଅନେକ ହୁଡି ଗୁଡ଼ିକରେ ପଥର ପିଟା ହୋଇ ବାହାରକୁ ଚାଲାଣ କରି ମୁନାଫା ଉଠାଇ ଚାଲିଛନ୍ତି। ଯେଉଁ ହୁଡି ଗୁଡ଼ିକରେ ଶାଳ ଗଛ ରହିଛି ଏବଂ ପଥର ପିଟା ହେବା ସମୟରେ ଶାଳ ଗଛ ନଷ୍ଟ ହେଉଛି ସେଠାକୁ ବନ ବିଭାଗ ଯାଇ ଗଛ ନଷ୍ଟ କରୁଥିବା ବ୍ୟକ୍ତି ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦିଗରେ ଆଗ୍ରହ ପ୍ରକାଶ କରୁ ନଥିବା ଦେଖିବାକୁ ମିଳିଛି। ସରାସିଙ୍ଗା ହୁଡି ରୁ ବେଆଇନ ଭାବରେ ହେଉଥିବା ପଥର ଚାଲାଣ କୁ ସଂପୂର୍ଣ୍ଣ ବନ୍ଦ କରିବା ଦିଗରେ ଲଘୁ ଖଣି ଅଧିକାରୀ ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ଜନସାଧାରଣ ଙ୍କ ତରଫ ରୁ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ