‘କହିବାକୁ ଲାଜ ଶୁଣିଲେ ପାପ’ ନାଟକ ମଞ୍ଚସ୍ଥ
ଦିଗପହଣ୍ଡି (ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଳକ ଓଡାସିଙ୍ଗି ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମାଁ ରମାଦେବୀ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଅବସରରେ ଶ୍ରେଷ୍ଠ ସାମାଜିକ ନାଟକ ‘କହିବାକୁ ଲାଜ ଶୁଣିଲେ ପାପ’ ନାଟକ ମଞ୍ଚସ୍ଥ ହୋଇଯାଇଛି । ସନ୍ଥ ଶ୍ରୀ ଦେବଦତ୍ତ ମହାରାଜ ମୁଖ୍ୟ ଅତିଥିଭାବେ ଯୋଗଦେଇ ବୁଧବାର ରାତି ରେ ଯାତ୍ରା ପୀଠ ରେ ଅନୁଷ୍ଠିତ ନାଟକକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଉଦଘାଟନୀ କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ଗୋପାଳକୃଷ୍ଣ ମେକାପ, ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଦେବହରି ଗୈାଡ , କଇଠଡା ଗ୍ରାମ କମିଟି ସଭାପତି ଏ . ସୀମା ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ନାଟ୍ୟକାର ରବିନ୍ଦ୍ର କୁମାର ପାତ୍ରଙ୍କ ନିର୍ଦ୍ଦେଶନାରେ ଗ୍ରାମର କଳାକାର ମାନଙ୍କୁ ନେଇ ନାଟକ ଅତି ସୁନ୍ଦର ଭାବେ ପରିବେଷଣ ହୋଇଥିଲା । ଯାତ୍ରା ପରିଚାଳନା କମିଟି ସଭାପତି ବାଲଗୋପାଳ ସାହୁ , ଉପସଭାପତି ପି . ରାମେଶ୍ଵର ପାତ୍ର , ସମ୍ପାଦକ ଜି . କ୍ଷେତ୍ର ମୋହନ ରେଡ୍ଡୀ , ସହ ସମ୍ପାଦକ ଅଜୟ ରେଡ୍ଡୀ , କୋଷାଧ୍ୟକ୍ଷ ଶଙ୍କର ସେଠୀ ଙ୍କ ସମେତ ଯାତ୍ରା କମିଟି ସଦସ୍ୟ ଓ ବହୁ ସଂଖ୍ୟକ ଗ୍ରାମବାସୀ ଉପସ୍ଥିତ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।