ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଟିକରପଡା ମଣ୍ଡଳର ଉଦଘାଟନ କାର୍ଯ୍ୟକ୍ରମ
କଟକ, (ଓ୍ବାଇଏନଏସ): ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ୧୦୦ ବର୍ଷ ପୁର୍ତ୍ତୀ ଉପଲକ୍ଷେ ଯାଜପୁର ଜିଲ୍ଲାର ଶ୍ରୀରାମପୁର ଖଣ୍ଡ ଟିକରପଡା ମଣ୍ଡଳ ର ଉଦଘାଟନ କାର୍ଯ୍ୟକ୍ରମ ଆଜି ସାରଙ୍ଗପୁର ଶିବ ମନ୍ଦିର, ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ବକ୍ତା ରୂପେ ସହ ଜିଲ୍ଲା କାର୍ଯ୍ୟବାହ ଆଦରଣୀୟ ସନ୍ଦୀପ କୁମାର ବିଶ୍ୱାଳ ଯୋଗ ଦେଇ ଥିଲେ। ସଂଘର ୧୦୦ କଠିନ ଯାତ୍ରା ଏବଂ ସମାଜ ପାଇଁ କଣ କରିଛି ଏବଂ ଏହାର ଲକ୍ଷ୍ୟ ବିଷୟରେ ଆଲୋକପାତ କରିଥିଲେ। ପଞ୍ଚ ପରିବର୍ତନ ( ସାମାଜିକ ସମରସତା, କଟୁମ୍ବ ପ୍ରବୋଧନ, ପର୍ଯ୍ୟବରଣ, ସ୍ୱବୋଧ, ନାଗରିକ କର୍ତ୍ତବ୍ୟ ) ଉପରେ ସ୍ୱୟଂସେବକ କାମ କରିବା ପାଇଁ ଆଗ୍ରହ କରିଥିଲେ। ଏଥିରେ ଟିକରପଡା ମଣ୍ଡଳ ର ୫ ଟି ପଂଚାୟତ ରୁ ୪୪ ଜଣ ସ୍ଵୟଂସେବକ ଯୋଗ ଦେଇଥିଲେ। ଶସ୍ତ୍ର ପୂଜନ ହୋଇଥିଲା ଓ କାର୍ଯ୍ୟକ୍ରମ ଶେଷ୍ ରେ ପ୍ରାର୍ଥନା କରାଯଇଥିଲା। ଏହି କାର୍ଯ୍ୟକ୍ରମ ରେ ମଣ୍ଡଳ କାର୍ଯ୍ୟବାହ ଆଲୋକ ବେହେରା ଅତିଥି ପରିଚୟ ପ୍ରଦାନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ମଣ୍ଡଳ ର କାର୍ଯ୍ୟକର୍ତ୍ତା ପ୍ରତାପ ଚନ୍ଦ୍ର ନାୟକ, ମନୋଜ ମହାପାତ୍ର ପ୍ରଶାନ୍ତ ସାହୁ, ଉତ୍ତମ ପାଲ, ଅଶ୍ୱିନୀ ସାମଲ, ଦୀପକ ବେହେରା ସଂଗ୍ରାମ ବାରିକ, ନିରଞ୍ଜନ କାଣ୍ଡି, ଜୀବନ ପରିଡା, ସଂଗ୍ରାମ ଜେନା, ଅଜୟ ସ୍ୱାଇଁ, ନଟବର ଦାଶ ପ୍ରମୂଖ ସହଯୋଗ କରିଥିଲେ। ରୋହିତ ଜେନା ମୁଖ୍ୟ ଶିକ୍ଷକ କାର୍ଯ୍ୟ ତୁଲାଇଥିଲେ ।


