ନେହେରୁ ଯୁବ ସଂସଦର ଦାୟିତ୍ଵ ଗ୍ରହଣ ସମାରୋହ

ପୋଲସରା, (ଅନୀଲ କୁମାର ମହାରଣା) : ପୋଲସରା ବ୍ଲକ ଅନ୍ତର୍ଗତ କଳମ୍ବ ଗ୍ରାମର ନେହେରୁ ଯୁବ ସଂସଦର ଶପଥ ପାଠ ଉତ୍ସବ ସହ ଦାୟିତ୍ଵ ଗ୍ରହଣ ସମାରୋହ ଅଗଷ୍ଟ ୯ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ନେହେରୁ ଯୁବ ସଂସଦର ପ୍ରାକ୍ତନ ସଭାପତି ରାମହରି ସାହୁ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ । ନେହେରୁ ଯୁବ ସଂସଦର ବୃନ୍ଦାବନ ପ୍ରଧାନ ଓ ସୁରେନ୍ଦ୍ର ନାଥ ପ୍ରଧାନଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ବୃନ୍ଦାବନ ପ୍ରଧାନ ନୂତନ ସଭାପତି ଅଶୋକ କୁମାର ସାହୁ, ଉପ ସଭାପତି ଶୁଶାନ୍ତ କୁମାର ସାହୁ, ସଂପାଦକ ସତ୍ୟନାରାୟଣ ପ୍ରଧାନ, ସହ ସଂପାଦକ ସବ୍ୟସାଚୀ ପ୍ରଧାନ, ଯୁଗ୍ମ ସଂପାଦକ ମୀଲନ କୁମାର ସାହୁ, କୋଷାଧ୍ୟକ୍ଷ ଦିପୁ ରଞ୍ଜନ ସାହୁ, ଲାଇବ୍ରେରୀ ସମ୍ପାଦକ ଶ୍ରୀକାନ୍ତ ସାହୁ, କାର୍ଯ୍ୟକାରୀ କମିଟି ସଦସ୍ୟ କୁମର ପ୍ରଧାନ, ସୁଚିତ୍ର ପ୍ରଧାନ, ରବୀନ୍ଦ୍ର ନାଥ ପ୍ରଧାନ, ପ୍ରସାଦ କୁମର ସାହୁ ପ୍ରମୁଖଙ୍କୁ ଶପଥ ପାଠ କରାଇଥିଲେ । ଉପଦେଷ୍ଟା ଭାବେ ଅଧ୍ୟାପକ ମନୋଜ କୁମାର ସାହୁ, ଅଧ୍ୟାପକ ଶୁଶାନ୍ତ କୁମାର ସାହୁ, ବୃନ୍ଦାବନ ପ୍ରଧାନ, ପର୍ଶୁରାମ ପ୍ରଧାନ, କାଳୁଚରଣ ପ୍ରଧାନ, ନିକୁଞ୍ଜ କୁମାର ସାହୁ, ଶ୍ବେତମ୍ବର ସାହୁ, ନାରୀ ନେତ୍ରୀ ପ୍ରତିମା ସାହୁ, ସନ୍ତୋଷ କୁମାର ପ୍ରଧାନ, ପୂର୍ବତନ ସରପଞ୍ଚ କାଶୀନାଥ ସାହୁ, ପ୍ରଶାନ୍ତ କୁମାର ପ୍ରଧାନ, ପ୍ରଭାକର ପ୍ରଧାନ, ମୀଟିକ ପ୍ରଧାନ, ବରିଷ୍ଠ ଗୁରୁ ଭାଇ ବିଶ୍ଵନାଥ ପ୍ରଧାନ, କୃଷ୍ଣ ଚନ୍ଦ୍ର ପ୍ରଧାନ, ସୁଧୀର ପ୍ରଧାନ, ସିମଞ୍ଚଳ ପ୍ରଧାନ, ଗଣପିତି ପ୍ରଧାନ, ଅରୁଣ କୁମାର ପ୍ରଧାନ, ରାମକୃଷ୍ଣ ସାହୁ, ସୁସିତ କୁମାର ସାହୁ ଙ୍କ ସମେତ କର୍ମ କର୍ତ୍ତା ମାନେ କ୍ଳବ କୁ ସୁଦୃଢ କରିବା ପାଇଁ ନିଜ ନିଜ ମତ ପ୍ରକାଶ କରିଥିଲେ।  କାଳୀଚରଣ ପ୍ରଧାନ, କୃଷ୍ଣ ଚନ୍ଦ୍ର ସାହୁ, କାକୁ ଚରଣ ପ୍ରଧାନ, ଅମିୟ ସାହୁ, କାମରାଜ ସାହୁ, ବସନ୍ତ ସାହୁ, ଅକ୍ଷୟ ପ୍ରଧାନ ସହଯୋଗ କରିଥିଲେ। ଶେଷରେ ସ୍ବାମୀ ବିବେକାନନ୍ଦ କ୍ରିକେଟ କ୍ଲବ ର ପୂର୍ବତନ କ୍ୟାପେଟନ ରାମକୃଷ୍ଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ