ସିଂଡୋବ ଗ୍ରାମରେ ନୀଳମାଧଵ ମନ୍ଦିର ର ପ୍ରତିଷ୍ଠା ଉତ୍ସବ

ହାଟଡିହି (ଓ୍ବାଇଏନଏସ):  ହାଟଡିହି ବ୍ଲକ ବଞ୍ଚୋ ପଞ୍ଚାୟତ ସିଙ୍ଗଡୋଭ ଠାରେ ପ୍ରଭୁ ନୀଳମାଧଵଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇ ଯାଇଛି। ଦୁଇ ଦିନ ଧରି ଚାଲିଥିବା ଏହି ୮ମ ବାର୍ଷିକ ପ୍ରତିଷ୍ଠା ଉତ୍ସବରେ ସମସ୍ତ ଗ୍ରାମବାସୀ ସାମିଲ ହୋଇଥିଲେ। ଉଦଯାପନ ଦିବସରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଉପାଧ୍ୟକ୍ଷ ରତିକାନ୍ତ ରାଉତ, ଜିଲ୍ଲା ଛାତ୍ର ବିଜେଡି ସଭାପତି ଅମରେନ୍ଦ୍ର ଧଳ, ଦୀପ୍ତି ରଞ୍ଜନ ଦାସ, ସୁଧାଂଶୁ ରାଉତ, ପ୍ରହ୍ଲାଦ ଓଝା, ମୁକେଶ ରାଉତ ପ୍ରମୁଖ ଯୋଗଦେଇ ଥିଲେ. ଗ୍ରାମବାସୀ ମାନେ ଅତିଥି ମାନଙ୍କୁ ବାଜା ବଜାଇ, ବାଣ ଫୁଟାଇ ଭବ୍ୟ ସ୍ୱାଗତ ଜଣାଇଥିଲେ। ଅତିଥିମାନେ ପ୍ରଭୁ ନୀଳ ମାଧବଙ୍କ ନିକଟରେ ପୂଜାର୍ଚନା କରି ଆଶୀର୍ବାଦ ଭିକ୍ଷା କରିବା ସହ ଅଞ୍ଚଳ ବାସି ତଥା ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ଜନସାଧାରଣଙ୍କ ମଙ୍ଗଳ କାମନା କରିଥିଲେ।   ଏଥିରେ ପଣ୍ଡିତ ନାରାୟଣ ପାଢ଼ୀ, ପୂଜକ ହରିହର ଦେହୁରୀ ପୂଜାର୍ଚନା ଜରିଥିବା ବେଳେ ହରିହର ଖଟୁଆ, ଲୀଳାବତୀ ଖଟୁଆ କର୍ତ୍ତା ଭାବେ ସାମିଲ ହୋଇଥିଲେ। ବିଜୁଳି ବେହେରା, କାଠିଆ ଖଟୁଆ, ଗୁର ଖଟୁଆ, ପାର୍ବତୀ ବେହେରା, ହୀରା ବେହେରା, ଲଷ୍ମୀଧର ବେହେରା, ଚମ୍ପା ବେହେରା, ତପନ ଦେହୁରୀ, ମଞ୍ଜୁ ଦେହୁରୀ, ସସ୍ମିତା ଖଟୁଆ ପ୍ରମୁଖ ପୂଜା କାର୍ଯ୍ୟରେ ସହ କର୍ତ୍ତା ଭାବେ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ