ମା ପାର୍ବତୀ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

ନିମାପଡ଼ା,(ସନ୍ତୋଷ କୁମାର ଦାଶ): ନିକଟସ୍ଥ ତୁଳସୀପୁର ପଞ୍ଚାୟତ ବନ୍ଦେଶ୍ୱର ଗ୍ରାମ ର ବାବା ବନ୍ଦେଶ୍ୱର ମନ୍ଦିର ପ୍ରାଙ୍ଗଣ ରେ ମା ପାର୍ବତୀ ଦେବୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଛି। ଏହି ଉତ୍ସବ ସୋମବାର ଠାରୁ ଆରମ୍ଭ ହୋଇ ୪ ଦିନ ବ୍ୟାପୀ ଚାଲିବ ବୋଲି ବାବା ବନ୍ଦେଶ୍ୱର ମନ୍ଦିର ର ସେବାୟତ ବୃନ୍ଦ ସୂଚନା ଦେଇଛନ୍ତି। ଏହି ଅବସର ରେ ମନ୍ଦିର ପ୍ରାଙ୍ଗଣ ରେ ନାମଯଜ୍ଞ, ପ୍ରବଚନ, ଭଜନ ସମାରୋହ ପ୍ରଭୃତି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଆଜି ପ୍ରାତଃ ରେ ଏକ ଶୋଭାଯାତ୍ରାରେ ୫୦ ରୁ ଉର୍ଦ୍ଧ ମହିଳା ,ପୁରୁଷ ଶ୍ରଦ୍ଧାଳୁ ପ୍ରାଚୀ ନଦୀ ରୁ ପାଣି ଉଠାଇବା ପରେ ମନ୍ଦିର ନିକଟରେ ବିଶ୍ଵଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଥିଲା। ବାବା ବନ୍ଦେଶ୍ୱର ଙ୍କ ମନ୍ଦିର ପ୍ରାଚୀ ଉପତ୍ୟକା ର ଏକ ପ୍ରସିଦ୍ଧ ପୁରାତନ ମନ୍ଦିର ବୋଲି ଐତିହାସିକ ମାନେ ମତ ପ୍ରକାଶ କରିଛନ୍ତି। ପ୍ରାଚୀ ନଦୀ ର ବନ୍ଧ ରୁ ଶିବଲିଙ୍ଗ ଆପେ ଆପେ ବାହାରି ଥିବାରୁ ଠାକୁର ଙ୍କ ନାମ ବନ୍ଦେଶ୍ୱର ହୋଇଥିବା କେତେକ ମତ ପ୍ରକାଶ କରୁଥିବାବେଳେ ଆଉ କେତେକ କୁହନ୍ତି ଯେ, ଏଠାରେ ଏକ ପ୍ରାକୃତିକ ବନ୍ଦର ଥିଲା। ପ୍ରାଚୀ ନଦୀ ବକ୍ଷରେ ବୋଇତ ନେଇ ଯାଉଥିବା ସାଧବ, ବଣିକ ମାନେ ଏଠାରେ ସାମୟିକ ରହଣି କରି ବିଶ୍ରାମ କରୁଥିଲେ ଓ ନିଜ ନିଜ ର ଜିନିଷପତ୍ର କିଣା ବିକା କରୁଥିଲେ। ବନ୍ଦର ନିକଟରେ ଶମ୍ଭୁ ଆବିର୍ଭାବ ହୋଇଥିବାରୁ ଶମ୍ଭୁ ଙ୍କ ନାମ ବନ୍ଦେଶ୍ୱର ହୋଇଛି। ସେ ଯାହା ହେଉନା କାହିକିଁ ବାବା ବନ୍ଦେଶ୍ୱର ଙ୍କ ପ୍ରଥମ ମନ୍ଦିର ବାତ୍ୟା/ବନ୍ୟା ପରି କୌଣସି ପ୍ରାକୃତିକ ବିପର୍ଯ୍ୟୟରେ ଧ୍ଵଂସ ପାଇଯିବା ପରେ ନିମାପଡ଼ା ର ଜମିଦାର ରାଡ ସିଂ ବର୍ତ୍ତମାନ ର ମନ୍ଦିର ନିର୍ମାଣ କରିଥିବା ଶୁଣିବାକୁ ମିଳେ। ତେବେ ମନ୍ଦିର ନିର୍ମାଣ ପରେ ମା ପାର୍ବତୀ ଙ୍କୁ ଶିବ ଶମ୍ଭୁ ଙ୍କ ନିକଟରେ ମୁଖ୍ୟ ମନ୍ଦିର ଭିତରେ ସ୍ଥାପନା କରାଯାଇ ଥିବା ବେଳେ ପ୍ରଭୁ ଗଣେଷ ଙ୍କୁ ମନ୍ଦିର ର ଦକ୍ଷିଣ ପାଶ୍ଵ ବଦଳରେ ପଶ୍ଚିମ ପାଶ୍ୱ ରେ ସ୍ଥାପନା କରାଯାଇ ଥିଲା। ଯାହା ଶାସ୍ତ୍ର ବିରୋଧୀ ଅଟେ।ଏବେ ବନ୍ଦେଶ୍ୱର ଗ୍ରାମ ର ଗ୍ରାମବାସୀ ମାନେ ମନ୍ଦିର ର ଉତ୍ତର ପାଶ୍ୱ ରେ ମା ପାର୍ବତୀ ଙ୍କ ପାଇଁ ସ୍ବତନ୍ତ୍ର ମନ୍ଦିର ନିର୍ମାଣ କରିଥିବା ବେଳେ ପ୍ରଭୂ ଗଣେଷ ଙ୍କୁ ମନ୍ଦିର ର ଦକ୍ଷିଣ ଦିଗ ରେ, ପ୍ରଭୂ କାର୍ତ୍ତିକ ଙ୍କୁ ପଶ୍ଚିମ ଦିଗ ଓ ମା ପାର୍ବତୀ ଙ୍କୁ ଉତ୍ତର ଦିଗ ରେ ସ୍ଥାପନା କରାଯାଇ ବାସ୍ତୁଶାସ୍ତ୍ର ଅନୁସାରେ ପୂଜା କରାଯିବ ବୋଲି ପୂଜକ ନରେନ୍ଦ୍ର ପୁଷ୍ପାଳକ ପ୍ରକାଶ କରିଛନ୍ତି। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପାଇଁ ବନ୍ଦେଶ୍ଵର ଗାଁ ସହିତ ସମଗ୍ର ପ୍ରାଚୀ ଉପତ୍ୟକା ଉତ୍ସବ ମୁଖର ହୋଇ ଉଠିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ