ପଞ୍ଚୁଗୋଛିଆ ସମବାୟ ସମିତିରେ ଧାନ ମଣ୍ଡିର ଶୁଭାରମ୍ଭ
ହାଟଡିହି, (ଓ୍ବାଇଏନଏସ): ହାଟଡ଼ିହି ବ୍ଲକର ପଞ୍ଚଗୋଛିଆ ସମବାୟ ସମିତିର ଧାନ ମଣ୍ଡିର ଶୁଭାରମ୍ଭ ହୋଇଛି । ସମ୍ପାଦକ ରାମଚନ୍ଦ୍ର ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧ ଜ୍ଞାନରଞ୍ଜନ ସାମନ୍ତ ସିଂହାର, ବଞ୍ଚୋ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ ରାଉତ, ସମିତିର ସଭାପତି ନାରାୟଣ ରାଉତ, ଉପ ସଭାପତି ଚିତ୍ରଲେଖା ବରାଳ ପ୍ରମୁଖ ଯୋଗଦେଇ ଧାନ ମଣ୍ଡିର ଶୁଭାରମ୍ଭ କରିଥିଲେ I ଏଫ.କ୍ୟୁ ମାନର ଧାନ ଦେଇ ଉଚିତ ପ୍ରାପ୍ଯ ପାଇବାପାଇଁ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ । କମିଟି ସଦସ୍ୟ ଦତ୍ତାତ୍ରୟ ରାୟ ସଦ୍ଦାର, ପ୍ରମୋଦ କୁମାର ରାଉତ, ଶଶିକାନ୍ତ ପଣ୍ଡା, ମାର୍କଣ୍ଡ ଚରଣ ନାୟକ, ବିଦ୍ୟାଧର ରାଉତ, ବିଚିତ୍ରାନନ୍ଦ ବରାଳ, ବାସନ୍ତୀ ରାଉତ, ଭରତ ପାତ୍ର , ରମେଶ ବିଶ୍ୱାଳ, କୋଦଣ୍ଡ ଧର ସେଠୀଙ୍କ ସମେତ ବହୁ ଚାଷୀ ଯୋଗଦେଇଥିଲେ। ସମିତି ର କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | କିନ୍ତୁ ଆଜି ସୁଧା ମିଲର୍ସ ଟାର୍ଗେଟ ଆସି ନଥିବାରୁ ଧାନ କେବେ କିଣା ହେବ ସେନେଇ ଚାଷୀଙ୍କ ଭିତରେ ଆଶଙ୍କା ପ୍ରକାଶ ପାଇଛି।


