ସମଣା ସମବାୟ ସମିତିରେ ଧାନ ମଣ୍ଡିର ଶୁଭାରମ୍ଭ
ହାଟଡିହି,(ଓ୍ବାଇଏନଏସ): ହାଟଡ଼ିହି ବ୍ଳକ ସମଣା ସମବାୟ ସମିତିର ଧାନ ମଣ୍ଡିର ଶୁଭାରମ୍ଭ ହୋଇଛି। ସଭାପତି ଧୁଶାସନ ବେହେରା, ସମ୍ପାଦକ ଅକ୍ଷୟ କୁମାର କବି, ନିର୍ଦ୍ଦେଶକ ଅଜୟ ସାହା, ଅଧର ବେହେରା, ନୃସିଂହ ପାଢ଼ୀ, ମଦନ ମୋହନ ବିଶ୍ୱାଳ, ମଦନ ମୋହନ ସାହୁ, ଜଗନ୍ନାଥ ବାରିକ, ବୃନ୍ଦାବନ ବିଶ୍ୱାଳ, ପ୍ରହ୍ଲାଦ ସାହୁ, ଅରୁଣ ମଲ୍ଲିକ ପ୍ରମୁଖ ଯୋଗଦେଇ ନଡ଼ିଆ ଭାଙ୍ଗି ମଣ୍ଡିର ଶୁଭାରମ୍ଭ କରିଥିଲେ। ଏହି ସମିତି ଅଧିନରେ ସମଣା, ସଡ଼ଙ୍ଗ, ହାବଳେଶ୍ଵର ପ୍ରଭୃତି ୩ଟି ପଞ୍ଚାୟତ ରହିଥିବା ବେଳେ ୧୫୨୯ ଜଣ ଚାଷୀ ନାମ ପଞ୍ଜିକୃତ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୭୪୭୫ କୁଇଣ୍ଟାଲ ଧାନ କିଣିବାପାଇଁ ଲକ୍ଷ୍ୟ ଧାର୍ଯ୍ୟ ଆସିଛି। କର୍ମଚାରୀ ସୁଦାମ ସାହା, ଶଶିକାନ୍ତ ସ୍ବାଇଁ, ପ୍ରକାଶ ନାୟକ, ଦେବାଶିଷ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସମିତିର ଗୋଦାମ ଘର ନଥିବାରୁ ଚାଷୀ ମାନଙ୍କ ଠାରୁ ଧାନ କିଣି ରଖୁବାରେ ଅସୁବିଧା ହେଉଥୁବା ସମ୍ପାଦକ ଓ ସଭାପତି କହିଛନ୍ତି। ସେହିପରି ସମିତି ଚତୁର୍ପାଶ୍ୱରେ ପାଚେରୀ ନଥିବାରୁ ସମସ୍ୟା ଉପୁଜୁଥିବା ସମ୍ପାଦକ କହିଛନ୍ତି।


