“ଭାରତୀୟ ସମ୍ବିଧାନର ପ୍ରସ୍ତୁତିପ୍ରଣାଳୀ ସମ୍ବନ୍ଧୀୟ ପ୍ରଦର୍ଶନୀ ପ୍ରକୋଷ୍ଠ” ଉଦ୍‌ଘାଟନ

କଟକ (ଓ୍ବାଇଏନଏସ): ଓଡିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ତଥା ରାଜ୍ୟ ଆଇନ ସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ମାନ୍ୟବର ନ୍ୟାୟମୂର୍ତି ଶ୍ରୀଯୁକ୍ତ ହରିଶ ଟଣ୍ଡନଙ୍କ କରକମଳରେ “ଭାରତୀୟ ସମ୍ବିଧାନର ପ୍ରସ୍ତୁତି ପ୍ରଣାଳୀ ସମ୍ବନ୍ଧୀୟ ପ୍ରଦର୍ଶନୀ ପ୍ରକୋଷ୍ଠ” ର ଶୁଭ ଉଦ୍‌ଘାଟନ, ଓଡିଶା ଉଚ୍ଚନ୍ୟାୟାଳୟର ବରିଷ୍ଠ ବିଚାରପତି ତଥା ରାଜ୍ୟ ଆଇନ ସେବା ପ୍ରାଧିକରଣର କାର୍ଯକାରୀ ଅଧ୍ୟକ୍ଷ ମାନ୍ୟବର ନ୍ୟାୟମୂର୍ତି ଶ୍ରୀଯୁକ୍ତ ସଙ୍ଗମ କୁମାର ସାହୁ ଓ ଓଡିଶା ଉଚ୍ଚନ୍ୟାୟାଳୟର ଅନ୍ୟାନ୍ୟ ବିଚାରପତି ମାନଙ୍କ ଉପସ୍ଥିତିରେ ହୋଇଯାଇଅଛି । ରାଜ୍ୟ ଆଇନ ସେବା ପ୍ରାଧିକରଣକୁ ଆଇନ ସେବା ପାଇଁ ଆଗନ୍ତୁକ ପ୍ରତ୍ୟେକ ବ୍ୟକ୍ତି ବିଶେଷ ଓ ସାଧାରଣ ଜନତା କିପରି ସହଜରେ ଆମ ଭାରତୀୟ ସମ୍ବିଧାନର ପ୍ରସ୍ତୁତିପ୍ରଣାଳୀ ସମ୍ପର୍କରେ ନିଜେ ସହଜରେ ଜାଣିପାରିବେ ଓ ଅନ୍ୟ ମାନଙ୍କୁ ଜଣାଇ ପାରିବେ ଏହି ମହତ ଉଦ୍ଦେଶ୍ୟକୁ ବିଚାରରେ ରଖ୍ ଭାରତୀୟ ସମ୍ବିଧାନର ପ୍ରସ୍ତୁତିପ୍ରଣାଳୀ ସମ୍ବନ୍ଧୀୟ ପ୍ରଦର୍ଶନୀ ପ୍ରକୋଷ୍ଠ ଉଦ୍‌ଘାଟନ କରାଯାଇଅଛି । ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ, ଓଡିଶା ହାଇକୋର୍ଟ ଅଧିବକ୍ତା ସଂଘ ସଭାପତି ଓ ସାଧାରଣ ସମ୍ପାଦକ, ଜାତୀୟ ଆଇନ ବିଶ୍ଵ ବିଦ୍ୟାଳୟର କୂଳପତି, ଓଡିଶା ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ଓ ରେଜିଷ୍ଟ୍ରି ର ଅନ୍ୟାନ୍ୟ ଅଧିକାରୀ ବୃନ୍ଦ, ନିର୍ଦ୍ଦେଶକ ଓଡିଶା ଜୁଡିସିଆଲ ଏକାଡେମୀ କଟକ, ଓଡିଶା ରାଜ୍ୟ ଅଧିବକ୍ତା ପରିଷଦର ଅଧ୍ୟକ୍ଷ ଯୋଗଦାନ କରିଥିଲେ । ଉକ୍ତ ଉଦ୍‌ଘାଟନ କାର୍ଯ୍ୟକ୍ରମ ରାଜ୍ୟ ଆଇନ ସେବା ପ୍ରାଧିକରଣର ସଦସ୍ୟ ସଚିବଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ ଏବଂ ଉପସଚିବ ଓ ସହସଚିବଙ୍କ ସହଯୋଗିତାରେ ପରିଚାଳିତ କରାଯାଇଥିଲା । ରାଜ୍ୟ ଆଇନ ସେବା ପ୍ରାଧିକରଣର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହାୟତା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ