ନୂତନ କଲ୍ୟାଣ ମଣ୍ଡପର ଉଦଘାଟନ

‎ବାଲେଶ୍ବର(ସରୋଜ ପଣ୍ଡା) : ନୀଳଗିରି ନିର୍ବାଚନ ମଣ୍ଡଳୀର  ଧୋବଶିଳା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ନୂତନ କଲ୍ୟାଣ ମଣ୍ଡପର ଶୁଭ ଉଦ୍ଘାଟନ ହେବା ସହ ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ବ୍ୟକ୍ତିଗତ ପ୍ରଚେଷ୍ଟାରେ ସତାଧିକ ମହିଳାଙ୍କୁ  ଆତ୍ମନିର୍ଭର ଓ ରୋଜଗାର କ୍ଷମ କରାଇବା ପାଇଁ ଆଜି ଏକ ସିଲେଇ Production Unit ର ଶୁଭ ଉଦଘାଟନ ହୋଇଯାଇଛି l ଏହି  ଉଦଘାଟନ ଉତ୍ସବରେ ଅତିଥି ଭାବେ ମାନ୍ୟବର ବିଧାୟକ ଶ୍ରୀ ସନ୍ତୋଷ ଖଟୁଆ, ବାଲେଶ୍ୱରର ଜିଲ୍ଲାପାଳ, ନୀଳଗିରିର ଉପଜିଲ୍ଲାପାଳ, ନୀଳଗିରି ବିଡ଼ିଓ, ବ୍ଲକ ଚେୟାରମ୍ୟାନ ଶ୍ରୀମତୀ ଶୁଭଲକ୍ଷ୍ମୀ ମାଝୀ,ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀଯୁକ୍ତ ଗତିକୃଷ୍ଣ ନନ୍ଦ, ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଉଷାରାଣୀ ରାଉଳ, ଶ୍ରୀମତୀ ରଂଜିତା ସିଂ, ଶ୍ରୀମତୀ ସୁବର୍ଣ୍ଣ ମଞ୍ଜରୀ ସିଂ,ସଧୋବଶିଳା ସରପଞ୍ଚ ଶ୍ରୀ ଦିଲ୍ଲୀପ ସିଂ, ସମିତି ସଭ୍ୟ ଶ୍ରୀ ପାଗୁଲୁ ସିଂ ଉପସ୍ଥିତ ରହିଥିଲେ। ‎ଏହି ନବ ନିର୍ମିତ କଲ୍ୟାଣ ମଣ୍ଡପରେ ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ ଓ ରୋଜଗାରକ୍ଷମ କରିବା ପାଇଁ ସୁମେଣ୍ଟର ପ୍ରୋ ସଂସ୍ଥା ଦ୍ୱାରା ୫୦ ଟି ଅତ୍ୟାଧୁନିକ ସିଲେଇ ମେସିନ ପ୍ରଦାନ କରାଯାଇଅଛି। ଏଠାରେ ମହିଳା ମାନେ ସିଲେଇ ପ୍ରଶିକ୍ଷଣ ନେବା ସହିତ ସିଲେଇ କାର୍ଯ୍ୟ କରି ରୋଜଗାରକ୍ଷମ ହୋଇପାରିବେ। ଏଠାରେ ମହିଳା ମାନେ ବିଭିନ୍ନ ପ୍ରକାର ବସ୍ତ୍ର ତିଆରି କରି ବାହାର ପ୍ରଦେଶର ବଜାରକୁ ସୁମେଣ୍ଟର ପ୍ରୋ ସଂସ୍ଥା ଦ୍ୱାରା ବିକ୍ରୟ କରିପାରିବେ। ଏହି କେନ୍ଦ୍ର ଦ୍ୱାରା ମହିଳା ମାନେ ନିଶ୍ଚିତ ଭାବେ ଲକ୍ଷ୍ୟପତି ଦିଦି ହୋଇପାରିବେ ବୋଲି ସାଂସଦ ଆଶାବ୍ୟକ୍ତ କରିଛନ୍ତି । ଆଗାମୀ ଦିନରେ ଏହି ଭଳି ବାଲେଶ୍ୱର ଜିଲ୍ଲାରେ ପ୍ରଶାସନର ସହଯୋଗ ନେଇ ଅନେକ ସିଲେଇ ପ୍ରଶିକ୍ଷଣ କେନ୍ଦ୍ର ଏବଂ ପ୍ରଡ଼କ୍ସନ ୟୁନିଟ ଖୋଲିବା ପାଇଁ ଯୋଜନା ରଖିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ