ଗ୍ରାମାଞ୍ଚଳର ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପର ଉଦଘାଟନ

କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ):-ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀ ବିଧାୟକ ତୁଷାରକାନ୍ତି ବେହେରା କାକଟପୁର ବ୍ଲକ ଅଧୀନ କୁଣ୍ଡେଇ ପଂଚାୟତର ବାଜପୁର ଗ୍ରାମରେ ତିନି ଗୋଟି ପ୍ରକଳ୍ପର ଉଦୁଘାଟନ କରିଛନ୍ତି। ଗ୍ରାମାଞ୍ଚଳ ବିକାଶ କୁ ଯୋଡିବ ଏହି ସବୁ ପ୍ରକଳ୍ପର ବୋଲି ବିଧାୟକ କହିଥିଲେ। ସୋମବାର ପୂର୍ବାହ୍ନ ରେ କାକଟପୁର ବ୍ଲକ ଅଧୀନ କୁଣ୍ଡେଇ ପଂଚାୟତ ବାଜପୁର ଗ୍ରାମର ସିଠ ସାହି କୋଠଘର, ପରେ କୁଷ୍ଣନଗର ପାଟଣା ରେ ବିକଶିତ ଗାଁ ବିକଶିତ ଓଡିଶା ପ୍ରକଳ୍ପ ରେ ୪ଲକ୍ଷ ୩୦ହଜାର ୩ଶହ ୮୨ଟଙ୍କା ରେ ନିର୍ମିତ ବାସୁଦେବ ଭୋଗ ମଣ୍ଡପ, ଶେଷରେ ବାସୁଦେବ ମହିଳା ସମିତି ଗୃହ ଉଦୁଘାଟନ କରିଥିଲେ। ଏହି ସମସ୍ତ ଶୁଭ ଉଦୁଘାଟନ ରେ କାକଟପୁର ନିର୍ବାଚନ ମଣ୍ଡଳୀ ବିଧାୟକ ତୁଷାରକାନ୍ତି ବେହେରା, ପୁରୀ ଜିଲ୍ଲା ପରିଷଦ ଉପାଧକ୍ଷ ସ୍ୱାଧୀନ କୁମାର ନାୟକ, କାକଟପୁର ବ୍ଲକ ଅଧକ୍ଷ ଶ୍ରୀଧର ନାୟକ, କାକଟପୁର ବିଡ଼ିଓ ନାରାୟଣ ଦିକ୍ଷୀତୀ, ୭ନମ୍ବର ଜୋନ ଜିଲ୍ଲାପରିଷଦ ସଂଯୁକ୍ତା ଦିକ୍ଷୀତୀ, କୁଣ୍ଡେଇ ସମିତି ସଭ୍ୟ ପ୍ରମୋଦ କିଶୋର ଦାସ, ସରପଞ୍ଚ ପ୍ରଭାତୀ ରାଉତ ପ୍ରମୁଖ ଉପସ୍ଥିତ ଥିବା ବେଳେ ପରିଚାଳନା ରେ ଆଶିଷ କୁମାର ବେହେରା, ମନୋଜ କୁମାର ସେଠୀ, ତାପସ କୁମାର ମଲ୍ଲିକ, ସୁଚିତ୍ରାନନ୍ଦ ସାହୁ ଙ୍କ ଶହ ସ୍ଥାନୀୟ ଅଂଚଳର ଶତାଧିକ ମହିଳା, ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ