ମିଳୁନି ବର୍ଦ୍ଧିତ ଭତ୍ତା, ହିତାଧିକାରୀ ହିନସ୍ଥା

ହାଟଡିହି (ବିକାଶ ବିଶ୍ବାଳ) ସାମାଜିକ ସୁରକ୍ଷା ଯୋଜନାରେ ୮୦ ବର୍ଷରୁ ଉର୍ଦ୍ଧ ହିତାଧିକାରୀ ଓ ଭିନ୍ନକ୍ଷମ ମାନଙ୍କୁ ୩୫ଶହ ଟଙ୍କା ଲେଖାଏଁ ଉତ୍ତା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି। ହେଲେ ୫ମାସ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବର୍ଦ୍ଧିତ ଭତ୍ତା ପାଇବାରୁ ବଞ୍ଚିତ ହୋଇ ନାନାଦୁଃଖକଷ୍ଟରେ କାଳାତିପାତ କରୁଛନ୍ତି । ହାଟଡିହି ବ୍ଲକ ସୋସୋ ପଞ୍ଚାୟତରେ ୮୬୫ ଲୋକ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ହୋଇ ଭତ୍ତା ପାଉଥିବା ବେଳେ ୨୮୦ ଜଣ ଅନତାଇନ ମାଧ୍ୟମରେ ଓ ୫୮୫ ଜଣ ହାତାହାତି ଭତ୍ତା ପାଉଛନ୍ତି।  ତନ୍ମଧ୍ୟରୁ  ୨୦ଜଣ ୮୦ବର୍ଷରୁ ଉର୍ଦ୍ଧ୍ଵ ଓ ଭିନ୍ନକ୍ଷମ ୩୫ଶହ କରି ବର୍ଦ୍ଧିତ ଭତ୍ତା ପାଉଛନ୍ତି। କିନ୍ତୁ ୨୦ରୁ ଉର୍ଦ୍ଧ୍ଵ ଲୋକ ବର୍ଦ୍ଧିତ ଭତ୍ତା ପାଇବା ପାଇଁ ଯୋଗ୍ୟ ହୋଇଥିଲେ ବି ସେମାନଙ୍କୁ ବର୍ଦ୍ଧିତ ଭତ୍ତା ଦିଆଯାଉନାହିଁ। ସେମାନେ ବାରମ୍ବାର ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟ କୁ ଯାଇ ଯାଇ ନିରାଶରେ ଫେରୁଥିବା ଅଭିଯୋଗ କରିଛନ୍ତି। ଏହି ପଞ୍ଚାୟତ ଅଧିନସ୍ଥ ବେରୁଣପଦି ଗ୍ରାମର ଗଶେଶ୍ଵର ଜେନା ଜଣେ ଦୃଷ୍ଟିହୀନ ଯୁବକ ହୋଇଥିବା ବେଳେ ସେ ଏବେ ଭୁବନେଶ୍ୱରରେ ଶିକ୍ଷାଲାଭ କରୁଛନ୍ତି। ସେ ଏକ ଗରିବ ପରିବାରର ହୋଇଥିବାରୁ ପାଉଥିବା ୧୨ଶହ ଟଙ୍କା ଭତ୍ତାରେ ଚ଼ଳିପାରୁ ନାହାନ୍ତି। ଆଖ ପାଖ ଗାଁ ର ଲୋକମାନେ ବର୍ଦ୍ଧିତ ଭତ୍ତା ପାଉଥିବା ବେଳେ ତାଙ୍କୁ କାହିଁକି ମିଳୁନି ବୋଲି ସେ ପ୍ରଶ୍ନ କରିଛନ୍ତି। ବର୍ଦ୍ଧିତ ଭତ୍ତା ପାଇବା ନେଇ ମୂଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିବା କହିଛନ୍ତି। ସେହିପରି ବନମାଳି ସିଂ ବର୍ଦ୍ଧିତ ଭତ୍ତା ମିଳିଲେ ସେ ଔଷଧ କିଣିବେ, ଭଲରେ ଚଳିବେ ବୋଲି ସ୍ୱପ୍ନ ଦେଖିଥିଲେ। କିନ୍ତୁ ୫ମାସ ବିତିଲା ଆଜି ପର୍ଯ୍ୟନ୍ତ ମିଳିଲାନି। ବର୍ତ୍ତମାନର ବଜାର ଦର ଯାହା ହଜାରେ ଟଙ୍କା ରେ କଣ କରିବୁ ବୋଲି କହିଛନ୍ତି। ଖାଲି ଏହି ଦୁଇଜଣ ନୁହନ୍ତି ଅନାଦି ସେଠୀ, ଦାମୋଦର ସିଂ, ନିରୂପମା ସିଂ, ପାକ ପଣ୍ଡା, ଜଗବନ୍ଧୁ ଖମାରି, ବୈକୁଣ୍ଠ ପୁହାଣଙ୍କ ଭଳି ଅନେକ ଲୋକ ୮୫ରୁ ୯୦ ବର୍ଷରେ ପାଦ ଥାପିଥିବା ବେଳେ ବର୍ଦ୍ଧିତ ଉତ୍ତା ମିଳୁ ନଥିବାରୁ ନାନା ସମସ୍ୟାର ସମ୍ମୁଖିନ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସରପଞ୍ଚ ରାଜୁଦାସଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଆମେ ବାରମ୍ବାର ଏ ସମ୍ପର୍କରେ ବ୍ଲକ କର୍ତ୍ତୁପକ୍ଷଙ୍କୁ ଜଣାଉଛୁ । ସେମାନେ କହୁଛନ୍ତି ସବୁ ଲିଷ୍ଟ ଯାଇଛି ଯାହା ଉପରୁ  ଅନୁଗୋଦିତ ହୋଇ ଆସିବ ଆମେ ସେହି ଅନୁସାରେ ଦେବୁ ବୋଲିି କହୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ