ସିବନାମ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ

କଟକ, (ଓ୍ବାଇଏନଏସ): ସିଡିଏ ବରିଷ୍ଠ ନାଗରିକ ମହାସଂଘ (ସିବନାମ )ପକ୍ଷରୁ ୭୯ତମ ସ୍ୱାଧୀନତା ଦିବସରେ ମହାସଂଘ ର ଅଧକ୍ଷ ନିତ୍ୟାନନ୍ଦ ମିଶ୍ର ପତାକା ଉତ୍ତୋଳନ କରିଥିବା ବେଳେ ସିବନାମ ର ମହାସଚିବ ଶ୍ରମିକ ନେତା ଉତ୍କଳ ଭୂଷଣ ରାଉତରାୟ ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ଭାଷଣ ଦେଇଥିଲେ l ସିଡିଏ ବରିଷ୍ଠ ନାଗରିକ ମହାସଂଘ ର ପ୍ରମୁଖ ସଦସ୍ୟମାନେ ବିଭିନ୍ନ କ୍ଷେତ୍ରରେ ରାଜ୍ୟ ରେ ପାରଦର୍ଶିତା ଅର୍ଜନ କରିଥିବା ବରିଷ୍ଠ ନାଗରିକ ବିରଞ୍ଚିନାରାୟଣ ମିଶ୍ର(ଶ୍ରେଷ୍ଠ ପ୍ରଶାସକ )ଡ଼ଃ ସମୀର ରଞ୍ଜନ(ଶ୍ରେଷ୍ଠ ସାହିତ୍ୟିକ)ଅଶୋକ କୁମାର ଚୌଧୁରୀ(ଶ୍ରେଷ୍ଠ ନାଟ୍ୟକାର)ଓ ଶଶଧର ପଣ୍ଡା(ଶ୍ରେଷ୍ଠ ଶିକ୍ଷାବିତ)ସନ୍ନମାନରେ ସନ୍ନମାନିତ କରାଯାଇଥିଲା l ଏହି ବଢ଼ାଣ୍ୟ କାର୍ଯ୍ୟକ୍ରମ ରେ ମୁଖ୍ୟଉପଦେଷ୍ଟା ଧରଣୀ ପଟ୍ଟନାୟକ, କର୍ନେଲ ବିଶ୍ୱେଶ୍ୱର ରାଉତ ଗୌରହରି ବାରିକ, ନକୁଳ ଚନ୍ଦ୍ର ମହାରଣା,ଗୌରାଙ୍ଗ ଦାସ, ପ୍ରତାପ ଜେନା, ବିଜୟ କୁମାର ପାତ୍ର, ଅଦ୍ୱୈତ ଚରଣ ନାୟକ,ମହେନ୍ଦ୍ର ମହାପାତ୍ର, ବିଜୟ କୁମାର ସ୍ୱାଇଁ, ସୁବାଷ ନନ୍ଦ, ସୌଭାଗ୍ୟ ଦାସ ପ୍ରମୁଖ ବହୁ ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ଯୋଗଦେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ