କ୍ଷତ୍ରୀୟ ଖଣ୍ଡାୟତ ମହାସଙ୍ଘର ସ୍ୱାଧୀନତା ଦିବସ
କେନ୍ଦ୍ରାପଡ଼ା,(ଓ୍ବାଇଏନଏସ):କେନ୍ଦ୍ରାପଡ଼ା ଜିଲ୍ଲା କ୍ଷତ୍ରୀୟ ଖଣ୍ଡାୟତ ମହାସଂଘ ପକ୍ଷରୁ ମନକରପୁର ଠାରେ ୭୯ତମ ସ୍ୱାଧୀନତା ଦିବସ ଜିଲ୍ଲା ସଭାପତି ଶରତ କୁମାର ବେହୁରାଙ୍କ ତତ୍ତ୍ୱାବଧାନରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସଭାପତି ଶ୍ରୀ ବେହୁରା ପତାକା ଉତ୍ତୋଳନ କରି ଦେଶାତ୍ମବୋଧକ ସଙ୍ଗୀତ ଗାନ କରିଥିଲେ। ଏଥିରେ ଜିଲ୍ଲା ସଂଗଠନର କାର୍ଯ୍ୟକାରୀ ସଭାପତି ଗାଲେଖ ଚନ୍ଦ୍ର ପଢିଆରୀ, ଯୁବ ସଂଗଠକ ସୁଧାଂଶୁ ଶେଖର ବେଉରା, ଉପସଭାପତି ଡ. ଚୈତନ୍ୟ ଚରଣ ପରିଡା, କେନ୍ଦ୍ରାପଡ଼ା ବ୍ଲକ ସଭାପତି ପୀତବାସ ବେଉରା, କଳ୍ପନା ପରିଡା, ଆଦ୍ୟସା ପରିଡା, ଚିତ୍ତରଞ୍ଜନ ବଳ, ତରୁଣ ରଞ୍ଜନ ପ୍ରଧାନ, ମଧୁସୂଦନ ରାଉତ, ତ୍ରୈଲୋକ୍ୟ ପରିଡା, ସୁମନୁ ସ୍ୱାଇଁ, ଆକାଶ ପ୍ରଧାନ, ରାଜେନ୍ଦ୍ର କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ। ପତାକା ଉତ୍ତୋଳନ ପରେ କେନ୍ଦ୍ରାପଡ଼ା ଦୃଷ୍ଟିହୀନ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା।