ଇଣ୍ଡିଆ ବୁକ ଅଫ ରେକର୍ଡସ-୨୦୨୫ରେ ଓଡ଼ିଆ ଝିଅ ଶୁଭସ୍ମିତା ପଣ୍ଡା

ଛତ୍ରପୁର, (ଓ୍ବାଇଏନଏସ): ସପ୍ନ କେବେ ବଡ଼ କି ଛୋଟ ହୁଏନାହିଁ, ସପ୍ନ ହେଉଛି ଏକ ରୂପ ଯାହାକି ମନ ଦ୍ୱାରା ଦେଖାଯାଏ, ହୃଦୟ ଦ୍ୱାରା ଅନୁଭବ କରାଯାଏ ଏବଂ ଶ୍ରମ ଦ୍ୱାରା ପୂରଣ କରାଯାଏ। ଛତ୍ରପୁର ନଗର ଏକ ଏମିତି ଗର୍ବ ଅନୁଭବ କରିଛି, ଯେଉଁଠି ଏକ ଯୁବ କଳାକାର, ଲେଖିକା ନିଜ ସପ୍ନରେ ରଙ୍ଗ ଭରିଛନ୍ତି।  ମାତ୍ର ୧୯ ବର୍ଷ ବୟସରେ କେହି ଜଣେ ଝିଅ ଦେଶ ଓ ବିଦେଶର ମଞ୍ଚରେ ତାଙ୍କର ନାମ ଉଜାଗର କରିଦେଇଛନ୍ତି! ଛତ୍ରପୁର ର ଗର୍ବ, ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ ର ଛାତ୍ରୀ ଶୁଭସ୍ମିତା ପଣ୍ଡା, ଲେଖନୀ ଓ ଚିତ୍ରକଳା ରେ ଏମିତି ଏକ ନାମ ଯାହା ପାଇଁ ଗଞ୍ଜାମ ତଥା ଓଡ଼ିଶା ମାଟି ଗର୍ବିତ। ତାଙ୍କ ର ଦୁଇଟି ଇଂରାଜୀ ପୁସ୍ତକ ଯଥା”Chronicle Chimes” ଓ “Embrace of Thought”, ମାତ୍ର ୧୧ ସପ୍ତାହ ମଧ୍ୟରେ ପ୍ରକାଶିତ ହୋଇଛି, ଯାହା ଜଣେ ତରୁଣୀ ପାଇଁ ବିଶ୍ୱାସ ଅଚଳ ମହାସଫଳତା ଅଟେ । ଏହା ଚେନ୍ନାଇ ସ୍ଥିତ ନୋସନ୍ ପ୍ରେସ୍ ଦ୍ଵାରା ପ୍ରକାଶିତ ହୋଇ ଜାତୀୟ ଓ ଆନ୍ତର୍ଜାତୀୟ ପାଠକମାନଙ୍କ ହୃଦୟ ଛୁଇଁଯାଇଛି। ଲେଖା ପାଇଁ ତାଙ୍କର ଏତେ ଉତ୍ସାହ, ଯେଉଁଥିରେ ପ୍ରତ୍ୟେକ ଶବ୍ଦ ହେଉଛି ତାଙ୍କର ମନ ଓ ଆତ୍ମାର ଅନୁଭୂତି। ଏକ ସାଧରଣ ପରିବାରରୁ ଆସି ମଧ୍ୟ ତାଙ୍କର ସେହି କଠିନ ପରିଶ୍ରମ ର ଫଳ ସ୍ଵରୁପ ସେ ଇଣ୍ଡିଆ ଵୁକ୍ ଅଫ ରେକର୍ଡସ ୨୦୨୫ ରେ ସ୍ଥାନ ପାଇ ଜଣାଇ ଦେଇଛନ୍ତି ଯେ ପରିଶ୍ରମ ର ଫଳ ନିଶ୍ଚୟ ଦିନେ ଜୀବନର ଶିଖର ରେ ପହଞ୍ଚିପାରେ। ଶୁଭସ୍ମିତା କେବଳ ଏକ ଲେଖିକା ନୁହଁନ୍ତି,ସାହିତ୍ୟ ଜଗତ ବାହାରେ ସେ ଏକ ପ୍ରତିଭାଶାଳୀ ଚିତ୍ରଶିଳ୍ପୀ ମଧ୍ୟ ଅଟନ୍ତି।  । ତିନୋଟି ସ୍ଵର୍ଣ୍ଣ ପଦକ ଜିତି ସେ ଦେଶ ବିଦେଶର ଚିତ୍ରକଳା ଜଗତକୁ ଓଡ଼ିଆ ଝିଅ ମାନେ କେଉଁଠି ଯାଇପାରନ୍ତି ବୋଲି ପ୍ରମାଣ କରିଛନ୍ତି। ସେହି ସଫଳତାକୁ ଅଗ୍ରଗତି ଦେଇ ସେ ଏପରିକି ଭାରତରେ ଆୟୋଜିତ ଏକ ଆର୍ଟ ଇଭେଣ୍ଟରେ ୭୬ତମ ସ୍ଥାନ ହାସଲ କରି ଆଉ ଗୋଟିଏ ସ୍ଵର୍ଣ୍ଣ ପଦକ ସହ ବଡ଼ ଟ୍ରଫି ମଧ୍ୟ ଜିତିଛନ୍ତି, ଯାହା ତାଙ୍କର କଳା ଯାତ୍ରାରେ ଅନ୍ୟ ଏକ ଅତୁଳନୀୟ ମାଇଲସ୍ଟୋନ୍।ସେ ବହୁ ପତ୍ରିକା ଓ ଅନୁଷ୍ଠାନରେ ଗଳ୍ପ ଓ କବିତା ପ୍ରକାଶ କରି  ଅନେକଙ୍କ ଆଦର୍ଶର ପାତ୍ର ରୂପେ ମଧ୍ୟ ପରିଗଣିତ ହୋଇପାରିଛନ୍ତି। ଶୁଭସ୍ମିତା ନିଜ ସାହିତ୍ୟିକ କୁଶଳତା ଦ୍ଵାରା କବିତ୍ଵ କୁ ଏପରି ବାନ୍ଧି ରଖିଥିଲେ ଯେ ଲୋକ ମାନଙ୍କ ଆଦର୍ଶ ଓ ଭଲପାଇବା କ୍ରମେ ଚଳିତ ବର୍ଷ ଛତ୍ରପୁର ଠାରେ ଶ୍ରେଷ୍ଠ ଲେଖିକା ସମ୍ମାନ ରେ ସମ୍ମାନିତ ମଧ୍ୟ ହୋଇଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ