ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ବିଭାଗରେ ଭାରତୀୟ ଭାଷା ଉତ୍ସବ

ଖଲ୍ଲିକୋଟ(ଓ୍ବାଇଏନଏସ): ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ବିଭାଗ ଆନୁକୂଲ୍ୟରେ ଭାରତୀୟ ଭାଷା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଉପଲକ୍ଷେ ‘ ଭାରତୀୟ ଭାଷା ପରିବାର : ବିବିଧତା ମଧ୍ୟରେ ଏକତା ‘ ଶୀର୍ଷକ ପାଠଚକ୍ରର ଆୟୋଜନ ହୋଇଥିଲା l ପ୍ରାରମ୍ଭରେ ସୁମନ, ଶକ୍ତି, ରୋଜା, ବିଭୂପ୍ରିୟା,ଆଲିସା ପ୍ରମୁଖ ଛାତ୍ରଛାତ୍ରୀ’ ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ l ଅଧ୍ୟାପକ ଡ. ମନୋରଞ୍ଜନ ବିଷୋୟୀଙ୍କ ସଂଯୋଜନାରେ ଅନୁଷ୍ଠିତ ଆଜିର କାର୍ଯ୍ୟକ୍ରମକୁ ଶ୍ରୀଜଗନ୍ନାଥଙ୍କୁ ପୁଷ୍ପ ଅର୍ପଣ ପୂର୍ବକ ବିଧିବଦ୍ଧ ଭାବେ ଉଦଘାଟନ କରି ସ୍ନାତକୋତ୍ତର ପରିଷଦ ସମୂହ ଅଧ୍ୟକ୍ଷ ଡ. ମନୋଜ କୁମାର ପଟ୍ଟନାୟକ ଭାଷାଗତ ବିବିଧତା ହିଁ ଭାରତର ବୈଶିଷ୍ଟ୍ୟ ବୋଲି ମତ ଦେବା ସହ ତାମିଲ କବି ସୁବ୍ରମଣ୍ୟମ ଭାରତୀଙ୍କ ସମ୍ପର୍କରେ ସୂଚନା ଦେଇଥିଲେ l ବିଭାଗୀୟ ମୁଖ୍ୟ ଡ. ଉଷାରାଣୀ ରଥ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ତଥା ପଠଚକ୍ର ବିଷୟରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ lପାଠଚକ୍ରର ବିଷୟ ବିଶାରଦ ଭାବରେ ଯୋଗଦେଇଥିଲେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ସାରଳା ଦାସ ଚେୟାର ପ୍ରଫେସର ଡ. ପ୍ରେମାନନ୍ଦ ମହାପାତ୍ର l ନିଜ ଅଭିଭାଷଣରେ ସେ ଭାରତୀୟ ଭାଷା ପରିବାର ଅନ୍ତର୍ଗତ ବିଭିନ୍ନ ଭାଷାର ପରିଚୟ ଦେବା ସହ ସେମାନଙ୍କ ମଧ୍ୟରେ ଥିବା ସାମ୍ୟ ଉପରେ ଆଲୋକପାତ କରିଥିଲେ l କାର୍ଯ୍ୟକ୍ରମ ଅବସରରେ ବିଭାଗୀୟ ଅଧ୍ୟାପିକା ସୁଶ୍ରୀ ସ୍ବର୍ଣ୍ଣଲତା ବିଷୋୟୀ ଭାରତୀୟ ଭାଷା ଉତ୍ସବ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ଡ. ବନମାଳୀ ପାଣିଗ୍ରାହୀ ଧନ୍ୟବାଦ ପ୍ରଦାନ କରିଥିଲେ l ଆଜିର କାର୍ଯ୍ୟକ୍ରମ ପରିଚାଳନାରେ ପ୍ରିନ୍ସ, ଶେଖର,ମନୀଷା, ବିଜୟଲକ୍ଷ୍ମୀ, ଦୀପକ, ସରୋଜ, ଶକ୍ତି, ବିଶ୍ୱରଞ୍ଜନ, ରତିରମଣ, ଲିପିକା, ଜ୍ୟୋସ୍ନା, ଲିପ୍ସା, ଲକ୍ଷ୍ମୀପ୍ରିୟା, ସୁମିତ୍ରା, ରୋଜା ପ୍ରମୁଖ ବହୁ ଛାତ୍ରଛାତ୍ରୀ ସହଯୋଗ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ବିଭାଗର ସମସ୍ତ ଛାତ୍ରଛାତ୍ରୀ ବେଶ ଉତ୍ସାହିତ ଜଣା ପଡୁଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ